www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରମିକଙ୍କୁ ଅଧାବାଟରେ ଛାଡି ଦେଲା ତାମିଲନାଡୁ ବସ୍

ଖପ୍ରାଖୋଲ : କରୋନା ଭାଇରସ୍ କୋଭିଡ ୧୯ ସମଗ୍ର ବିଶ୍ୱରେ ମହାମାରୀ ରୂପ ଧାରଣ କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଦେଶବ୍ୟାପି ତାଲାବନ୍ଦ ଚତୁର୍ଥ ପର୍ଯ୍ୟାୟରେ ଜାରି ରହିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଚାଲି ଚାଲି ହେଉ ବା ବିଭିନ୍ନ ଯାନରେ ନିଜ ନିଜ ଘରକୁ ଫେରୁଛନ୍ତି। ବାହାର ରାଜ୍ୟରୁ ଆସୁଥିବା ବସ୍ ଗୁଡିକ ଅଧାବାଟରେ ଲୋକଙ୍କୁ ଛାଡିଦେଲେ ବସ ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିତ ହୋଇଥିଲା। କିନ୍ତୁ ଏହାକୁ ବସ ଚାଳକମାନେ ଫୁ କରି ଉଡାଇ ଦେଇଛନ୍ତି। ଅଧା ରାସ୍ତାରେ ଶ୍ରମିକମାନଙ୍କୁ ଛାଡି ଦେଇ ବସ ଚାଲିଯାଇଥିବା ପୁଣି ଅଭିଯୋଗ ହୋଇଛି। ତାମିଲନାଡୁରୁ ଗୋଟିଏ ବସ୍ ଭଡା କରି ୩୦ ଜଣ ଶ୍ରମିକ ଫେରୁଥିବା ବେଳେ ବସ୍ ଟି ଅଧାବାଟରେ ଛାଡିଦେଇ ଚାଲିଗଲା। ଏଭଳି ପରିସ୍ଥିତିରେ ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରି ଗନ୍ତବ୍ୟସ୍ଥଳକୁ ପଠେଇଥିଲେ।

ସୂଚନାଯୋଗ୍ୟ, ପାଟଣାଗଡ ବ୍ଲକର ୯ ଜଣ, କୋମନା ବ୍ଲକର ୧୧ ଜଣ, ବୋଡେନ ବ୍ଲକର ୪ ଜଣ, ସିନାପାଲି ବ୍ଲକର ୧ଜଣ, ତୁରେକେଲା ବ୍ଲକର ୨ ଜଣ, କଲାହାଣ୍ଡି କୋକସରା ବ୍ଲକର ୧ ଜଣ, ଖରିଆର ବ୍ଲକ ର ୨ ଜଣ ଏହି ବସ୍ ରେ ତାମିଲନାଡୁରୁ ଜଣପିଛା ୫୩୦୦ ଟଙ୍କା ଲେଖାଏଁ ଭଡାଦେଇ ଆସୁଥିଲେ। ବସ୍ ଟି ଖରିଆର ପର୍ଯ୍ୟନ୍ତ ଯିବାର ଥିଲେ କିନ୍ତୁ ପାଟଣାଗଡ ଠାରେ ୯ ଜଣଙ୍କୁ ଓହ୍ଲାଇ ନେଇ ବସ୍ ଟି ଫେରିଯାଇଥିଲା। ବସରୁ ଓହ୍ଲାଇବାବେଳେ ପାଟଣାଗଡରେ ବର୍ଷା ପବନ ହେଉଥିବା ବେଳେ ଏହି ଶ୍ରମିକମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଥିଲେ। ଖବର ପାଇ ପାଟଣାଗଡ ବିଜ୍ଞାପିତ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ। ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାୟକ ସମ୍ପୃକ୍ତ ଶ୍ରମିକଙ୍କ ନିଜ ଅଂଚଳର ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗସୂତ୍ର କରିଥିଲେ। ନୂଆପଡା ପ୍ରଶାସନର ସହଯୋଗରେ ବୋଡେନ ବିଡିଓ ଏହି ଶ୍ରମିକଙ୍କ ଯିବା ପାଇଁ ଏକ ବସ୍ ପଠାଇଥିଲେ। ସେମାନେ ସମସ୍ତେ ବୁଧବାର ପାଟଣାଗଡରୁ ଖପ୍ରାଖୋଲ ରାସ୍ତାଦେଇ ଏହି ବସ୍ ଯୋଗେ ଖରିଆରକୁ ଯାଇଛନ୍ତି। ଏହି ଶ୍ରମିକମାନେ ଦୀର୍ଘ ତିନିଦିନ ଧରି ରାସ୍ତାରେ ଆସୁଥିବା ବେଳେ ବାଟରେ ତାଙ୍କୁ କେହି ସଂକ୍ରମଣ ଆଶାରେ ଖାଇବାକୁ ଦେଇନଥିଲେ। ଫଳରେ ସେମାନେ ଭୋକରେ ଆଉଟୁପାଉଟୁ ହେଉଥିବା ନେଇ ଖପ୍ରାଖୋଲ ଠାରେ ଗାଡି ରହିଥିଲା ବେଳେ ପ୍ରକାଶ କରିଥିଲେ। ଏଥି ସହିତ ଏହି ଉଭୟ ପ୍ରଶାସନିକ ଅଧିକାରୀଙ୍କ ସହଯୋଗକୁ ସେମାନେ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ସାହାଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ। ଆଗାମି ଦିନରେ ଆହୁରି ଅଧିକ ବସ୍ ଆସିବାର ଥିବାରୁ  ପ୍ରବାସୀ ମାନେ କିପରି ନିରାପଦରେ ଘରେ ପହଂଚିବେ ସେ ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏହି ଶ୍ରମିକମାନେ ଦାବି କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories