www.samajalive.in
Monday, December 8, 2025
27.1 C
Bhubaneswar

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ; ରାସ୍ତାରୁ ୨୨ ଗଛ କାଟି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ

କେନ୍ଦ୍ରାପଡ଼ା: ବାତ୍ୟା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ସଫା କରିବା ସହିତ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଉଭୟ ମା’ ଓ ଶିଶୁର ଜୀବନ ରକ୍ଷା କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲାରୁ।

ସୂଚନା ଅନୁସାରେ, ବାତ୍ୟା ଅମ୍ପନ ଯୋଗୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ଏହି ସମୟରେ ମହାକାଳପଡ଼ା ଥାନା ଝହ୍ନରା ଗାଁର ଜାନକୀ ସେଠୀ(୨୦) ନାମ୍ନୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ହେଁ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଆବଶ୍ୟକ ଉପକରଣ ସହିତ ବାହାରିଥିଲେ। ରାସ୍ତାରେ ଗଛ ପଡ଼ିବାରୁ ଝହ୍ନରା ଗାଁରେ ପହଞ୍ଚିବା କଷ୍ଟକର ଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ ବର୍ଷା ପବନ ସତ୍ବେ ରାସ୍ତାରୁ ଗଛ କାଟି ଝହ୍ନରା ଗାଁକୁ ଯିବାକୁ ଉଦ୍ୟମ କରିଥିଲେ। ଶେଷରେ ସେମାନେ ୨୨ଟି ଗଛ କାଟି ଗାଁରେ ପହଞ୍ଚିଥିଲେ। ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଗାଡ଼ିରେ ହସ୍ପିଟାଲ ଅଭିମୁଖେ ବାହାରିଥିଲେ। ବାଟରେ ଅଗ୍ନିଶମ ଗାଡ଼ିରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଇଥିଲେ। ପରେ ଉଭୟ ମା’ ଓ ଶିଶୁଙ୍କୁ ମହାକାଳପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଠିକ୍‌ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଏପରି ସାହସିକ ପଦକ୍ଷେପ ୨ଟି ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା। ଆଗ୍ନିକଙ୍କ ଏପରି ଉଦ୍ୟମକୁ ଢେର ପ୍ରଶଂସା କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories