www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଳୟଙ୍କରୀ ରୂପ ଧାରଣ କରି ମାଡି ଆସୁଛି ମହାବାତ୍ୟା ‘ଅମ୍ଫନ’

ଭୁବନେଶ୍ଵର : ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ମହାବାତ୍ୟା ‘ଅମ୍ଫନ’ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର ଦୂରରେ ରହିଛି । ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ଅମ୍ଫନ । ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ପବନର ବେଗ ୨୩୦ ରୁ ୨୪୦ କିଲୋମିଟର ରହିଛି । ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ‘ଅମ୍ଫନ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ୧୫୫ରୁ ୧୮୫ କିଲୋମିଟର ରହିବ ।

ଆଜି ଠାରୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ । ଜଗତସିଂପୁର, ବାଲେଶ୍ବର, କେନ୍ଦ୍ରପଡା, କଟକ, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ହେବ । ୨୦ରେ ପ୍ରବଳ ବର୍ଷା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ ମୟୁରଭଂଜରେ ହେବ । ଆସନ୍ତା କାଲି ୫୫ରୁ ୬୫ କିମି ବେଗରେ ଦକ୍ଷିଣ ଉପକୂଳରେ ପବନ ହେବ । ପରେ ପବନର ବେଗ ଉତ୍ତର ଓଡିଶାରେ ବଢିବ । ୨୦ ତାରିଖ ସକାଳେ ଏହି ୫ ଜିଲ୍ଲାର ସକାଳ ସମୟରେ ୧୧୦ରୁ ୧୨୦ କିମି ବେଗରେ ସର୍ବାଧିକ ବେଗରେ ପବନ ହେବାର ସମ୍ଭାବନା ରହିଛି । କଟକ ପୁରୀ ଖୋର୍ଦ୍ଦାରେ ୫୫ରୁ ୬୫ ବେଗରେ ପବନ ହେବ । ଏହା ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories