www.samajalive.in
Monday, December 8, 2025
20.1 C
Bhubaneswar

ବିଲେଇସାଥୀ ହତ୍ୟା ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ଅନ୍ୟମାନେ ଫେରାର

ପାଟଣାଗଡ : ବିଲେଇସାଥୀ ଗ୍ରାମରେ ଗତ ୧୪ ତାରିଖ ଦିନ ଘଟିଥିବା ସଂଗଠିତ ହତ୍ୟାକାଣ୍ଡରେ ୨ ଜଣ ଅଭିଯୁକ୍ତ ଚତୁର୍ଭୁଜ ସାହୁ(୬୦) ଏବଂ ରୁଦ୍ରେଶ୍ୱର ଗୁପ୍ତା(୨୪)ଙ୍କୁ ଶନିବାର ପାଟଣାଗଡ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ଜଡିତ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ବଲଙ୍ଗିର ଜିଲା ପାଟଣାଗଡ ବ୍ଲକ ବଥର୍ଲା ପଞ୍ଚାୟତ ଅନ୍ତର୍ଗତ ବିଲେଇସାଥି ଗ୍ରାମର କିଛି ଲୋକ ନିକଟସ୍ଥ ସୋଲବନ୍ଧ ଗ୍ରାମର ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଜନୈକ ଯୁବକ ଓମପ୍ରକାଶ ବେହେରା(୩୨)ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଧୁମା ମାଝୀ(୩୫)ଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆହତ ଧୁମା ଓରଫ ମୋହନ ମାଝୀଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହୋଇପଡିଥିବାରୁ ତାଙ୍କୁ ଆଜି ବୁର୍ଲା ହାସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଉଭୟ ଗ୍ରାମ ସୋଲବନ୍ଧ ଏବଂ ବିଲେଇସାଥୀ ମଝିରେ ଥିବା ମାୟାବତୀ ନଦୀରୁ ବାଲିଉଠାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ରକ୍ତପାତ ହୋଇଥିବା ପୁଲିସ ମଧ୍ୟ ତଦନ୍ତରୁ ଜାଣିବାକୁ ପାଇଥିବା ପ୍ରକାଶ ପାଇଛି।

- Advertisement -

ମାଗୁରବେଡା ଅନ୍ତର୍ଗତ କଏଣ୍ଡାପାଲି ଗ୍ରାମର ରୁଦ୍ରେଶ୍ୱର ଅଳ୍ପ କିଛି ଦିନ ତଳୁ ସଂଜୟଙ୍କ ନିକଟରେ କାମ କରୁଥିଲେ। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ସାହୁ ଏବଂ ଅନ୍ୟ କିଛି ସହଯୋଗୀଙ୍କୁ ଗିରଫ କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories