www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଚିକିତ୍ସା ପାଇଁ ୪ଟି ଆୟୁଷ ଔଷଧ ଉପରେ ଚାଲିଛି ଗବେଷଣା

ସମାଜ ପୋର୍ଟାଲ ଡେସ୍କ: ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ଆୟୁଷ ମନ୍ତ୍ରଣାଳୟ ଓ ସିଏସ୍‍ଆଇଆର୍‍ କୋଭିଡ୍‍ ନାଇଣ୍ଟିନ୍‍ର ଚିକିତ୍ସା ପାଇଁ ୪ଟି ଆୟୁଷ ଔଷଧ ଉପରେ ଗବେଷଣା କରୁଛନ୍ତି। ସପ୍ତାହେ ମଧ୍ୟରେ ଏଥିପାଇଁ ଗବେଷଣା ଆରମ୍ଭ କରାଯିବ। କିଛି ଟ୍ୱିଟ୍‍ ବାର୍ତ୍ତାରେ ସେ କହିଛନ୍ତି, ଏହି ଔଷଧଗୁଡ଼ିକୁ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ। ସେ କହିଛନ୍ତି, ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି କରୋନାର ମୁକାବିଲାରେ ପଥପ୍ରଦର୍ଶନ କରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି କୋବାସ-୬୮୦୦ ଟେଷ୍ଟିଂ ମେସିନ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କୋଭିଡ୍‍ ନାଇଣ୍ଟିନ୍‍ ନମୁନାର ପରୀକ୍ଷା ପାଇଁ ସରକାର ସଂଗ୍ରହ କରିଥିବା ଏହା ହେଉଛି ଏ ଧରଣର ପ୍ରଥମ ମେସିନ୍‍। ଏହାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରଠାରେ ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର କଣ୍ଟ୍ରୋଲ୍‍ ରୁମ୍‍ ଓ ପରୀକ୍ଷାଗାରକୁ ଯାଇ କୋଭିଡ୍‍ ନାଇଣ୍ଟିନ୍‍ ପରୀକ୍ଷାର ସ୍ଥିତାବସ୍ଥା ବିଷୟରେ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କୋବାସ-୬୮୦୦ ଏକ ଅତ୍ୟାଧୁନିକ ଯନ୍ତ୍ର, ଯାହା ମଧ୍ୟରେ ରୋବଟିକ୍ସର ବ୍ୟବହାର କରାଯାଇଛି। ଏହା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂକ୍ରମଣର ହାର କମ୍‍ କରିବ।

ଭୂତାଣୁ ପରୀକ୍ଷା କ୍ଷମତା ବୃଦ୍ଧି ଦିଗରେ ଏ ପର୍ଯ୍ୟନ୍ତ ମିଳିଥିବା ସଫଳତାଗୁଡ଼ିକର ଉଲ୍ଲେଖ କରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନ ଦୈନିକ ୧ଲକ୍ଷ ନମୁନାର ପରୀକ୍ଷା କରିବାକୁ ସକ୍ଷମ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ କୋଭିଡ୍‍ ନାଇଣ୍ଟିନ୍‍ ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଏଥିପାଇଁ ୩୫୯ଟି ସରକାରୀ ପରୀକ୍ଷାଗାର ଓ ୧୪୫ଟି ବେସରକାରୀ ପରୀକ୍ଷାଗାର ସମେତ ମୋଟ୍‍ ୫୦୦ରୁ ଊର୍ଦ୍ଧ୍ବ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରାଯାଇଛି। ସେ କହିଛନ୍ତି, ବର୍ତ୍ତମାନ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପାଖରେ କୋବାସ-୬୮୦୦ ମେସିନ୍‍ ରହିଛି। କୋବାସ-୬୮୦୦ ମେସିନ୍‍ ୨୪ ଘଣ୍ଟାରେ ୧୨୦୦ ନମୁନାର ନିର୍ଭୁଲ ତଥା ସଠିକ୍‍ ପରୀକ୍ଷା କରି ରିପୋର୍ଟ ଦେବ। ଏହାଦ୍ୱାରା ଦେଶର କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା ଦକ୍ଷତା ବହୁମାତ୍ରାରେ ବୃଦ୍ଧି ପାଇବ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories