www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱଚ୍ଛାସେବୀ ସଂଗଠନ ବିକଳ୍ପ ପକ୍ଷରୁ ରିଲିଫ୍ ବଂଟନ

ଖପ୍ରାଖୋଲ : କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ କାମଧନ୍ଦା ସବୁ ବନ୍ଦ ହୋଇଯାଇଥିବାରୁ ଗରିବ ଓ ଅସହାୟ ବ୍ୟକ୍ତିମାନେ ଏବେ ଦୁର୍ଦ୍ଦିନ ଭିତରେ ଗତି କରୁଛନ୍ତି। ଏହି ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢେଇଦେବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ବିକଳ୍ପ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଂଚାୟତ ଲୁହୁରେଟ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ବିକଳ୍ପ ଅନୁଷ୍ଠାନ ପକ୍ଷରୁ ରିଲିଫ୍ ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଖପ୍ରାଖୋଲ ବିଡିଓ ତରଣୀ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।

ବିକଳ୍ପର କ୍ଲଷ୍ଟର ସଂଯୋଜକ ସୁରେଶ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ଗରିବ, ନିରାଶ୍ରୟ, ବିଧବା, ଦିବ୍ୟାଙ୍ଗ, ବୃଦ୍ଧ ଏବଂ ଦେଶାନ୍ତର ପରିବାରକୁ  ରିଲିଫ ବଂଟନ କରାଯାଇଛି। ଚାଉଳ, ଡାଲି, ତେଲ, ଗୁଡ, ଲୁଣ, ହଳଦୀ ଗୁଣ୍ଡ, ଚଣା, ମସଲା ସାମଗ୍ରୀ, ସାବୁନ, ସାନିଟାରୀ ନାପକିନ୍ ଆଦି ରିଲିଫ୍ ସାମଗ୍ରୀ ବିତରଣ କରାଯାଇଛି। ପରେ ଲୁହାସିଂହା ପଂଚାୟତରେ ସରପଂଚ ରଞ୍ଜିତା ସୁନା ଏବଂ ଦମେଇପାଲି ପଂଚାୟତରେ ଗୁଲାପ କୁମ୍ଭାର ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ରିଲିଫ୍ ସାମଗ୍ରୀ ବଂଟନ କରିଥିଲେ। ମହିନାଥ ସୁନା, ସନ୍ତୋଷ ଠାକୁର, ସୁଦାମ ବରିହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଖପ୍ରାଖୋଲ ବ୍ଲକର ୧୧ ଟି ପଂଚାୟତରେ ଆଗାମୀ ଚାରିଦିନ ପାଇଁ ଏହି ରିଲିଫ୍ ବଂଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିକଳ୍ପ ସମ୍ପାଦିକା ଶୁଭଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories