www.samajalive.in
Monday, December 8, 2025
27.1 C
Bhubaneswar

ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ଜବତ, ୨ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲାର ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଚଢଉ କରାଯାଇ ବିପୁଳ ପରିମାଣର ଚୋରା ହାତରନ୍ଧା ଦେଶୀ ମହୁଲି ମଦ ଏବଂ ମହୁଲ ପୋଚ ଜବତ କରାଯାଇଛି। ଏହା ସହ ମଦ ରନ୍ଧା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ଖୁରିପାଣି ଏବଂ ଇନ୍ଦପୁର ଗ୍ରାମର ଦୁଇଜଣ ପଦ୍ମଲୋଚନ ଛତର(୩୨) ଏବଂ ଝାରୁ ଶବର(୩୦)ଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚଲାଣ କରକାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ସଦର ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଜି ଲରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଢଉ କରାଯାଇଥିଲା। ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଖୁରିପାଣି ଗ୍ରାମର ପଦ୍ମଲୋଚନ ଛତର(୩୨)ଙ୍କ ପାଖରୁ ୧୦ ଲିଟର ରନ୍ଧା ମଦ ଏବଂ ଏକ ହଜାର ଲିଟର ମହୁଲ ପୋଚ ଜବତ କରାଯାଇଥିଲା। ପରେ ଇନ୍ଦପୁର ଗ୍ରାମର ଝାରୁ ଶବର(୩୦)ଙ୍କ ପାଖରୁ ୪୦ ଲିଟର ଦେଶୀ ରନ୍ଧା ମଦ ଏବଂ ୨ ହଜାର ଲିଟର ମହୁଲ ପୋଚ ଜବତ ହୋଇଥିଲା। ତେବେ ଦେଶୀ ରନ୍ଧା ମଦ ପାଇଁ ବେଶ ଜଣାଶୁଣା ଗ୍ରାମ ରେଙ୍ଗାଲି ନିକଟରେ ଫାସ ଖେଳାଯାଇଥିବା ଅବସ୍ଥାରେ ୫୦୦ ଲିଟର ଦେଶୀ ମଦ ଏବଂ ୫ ହଜାର ଲିଟର ମହୁଲ ପୋଚ ଜବତ କରାଯାଇଥିଲା।  ଏହି ଚଢଉରେ ବଲାଙ୍ଗିର ଜିଲା ଅବକାରୀ ଅଧିକ୍ଷକ ସିଦ୍ଧେଶ୍ୱର ବେସ୍ରା, ସଦର ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା, ପାଟଣାଗଡ ଉପ ନିରୀକ୍ଷକ ବିଶ୍ୱନାଥ ପରିଡା, ସହ ଉପନିରୀକ୍ଷକ ଦୟାନିଧି ବାରିକ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ। ଗିରଫ ଉଭୟ ଅଭିଯୁକ୍ତ ପଦ୍ମଲୋଚନ ଏବଂ ଝାରୁଙ୍କୁ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରୁ ପ୍ରତ୍ୟହ ହଜାର ହଜାର ଲିଟର ଦେଶୀ ରନ୍ଧା ମଦ ଜିଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories