www.samajalive.in
Tuesday, December 9, 2025
16.1 C
Bhubaneswar

କରୋନାର ଦୁଇ ବଡ଼ ଶତ୍ରୁ- ସାମାଜିକ ଦୂରତ୍ବ ଓ ମୁହଁରେ ମାସ୍କ

ନୂଆଦିଲ୍ଲୀ: କରୋନାର କୌଣସି ପ୍ରତିଷେଧକ ନାହିଁ । କରୋନାରୁ ବଞ୍ଚିବା ପାଇଁ ଔଷଧ ବାହାରିନାହିଁ । ହେଲେ କରୋନାକୁ ଦୂରେଇବା ପାଇଁ କେବଳ ସଚେତନତା ହିଁ ସବୁଠାରୁ ବଡ଼ ପ୍ରତିଷେଧକ । ଆଉ କରୋନାର ଦୁଇ ବଡ଼ ଶତ୍ରୁ ହେଲେ ସାମାଜିକ ଦୂରତ୍ବ ଓ ମୁହଁରେ ମାସ୍କ ।

କିଛି ବିଦେଶୀ ଗବେଷକ ଏହି ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଛନ୍ତି । କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକ ଡାକ୍ତର ଡେକାଇ ୟୁଙ୍କ ସୂଚନା ଅନୁସାରେ ମାସ୍କ ବ୍ୟବହାର କରୋନାଠାରୁ ଜଣେ ବ୍ୟକ୍ତିକୁ ରକ୍ଷା କରି ପାରିବ  । ଏହା ବିଜ୍ଞାନ ସମ୍ମତ ଓ ଏହି ପ୍ରସଙ୍ଗରେ ଜାପାନକୁ ଉଦାହରଣ ନିଆଯାଇପାରେ ।

- Advertisement -

ମାର୍ଚ୍ଚ ୬ ରେ ଜାପାନରେ କରୋନା ଭୂତାଣୁରେ କେବଳ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟ ବେଳକୁ  ଆମେରିକାରେ  କରୋନାରେ ମୃତ୍ୟୁ  ସଂଖ୍ୟା ୨୧୦୦ ଅତିକ୍ରମ କରିଥିଲା ।  ଯାହା  ଜାପାନଠୁ ୧୦ ଗୁଣ ଅଧିକ। ଏବେ ଆମେରିକା ଲକ୍‌ଡାଉନ୍ ଖୋଲିବାକୁ ପ୍ରସ୍ତୁତି କରୁଥିବା ବେଳେ ଜାପାନରେ କେବେ ବି ଏହି ଧରଣର ଲକ୍‌ଡାଉନ୍‌ ଆବଶ୍ୟକ ପଡିନାହିଁ । ଜାପାନରେ ଏବେ ନୂତନ ସଂକ୍ରମିତ ସଂଖ୍ୟା ମଧ୍ୟ ବହୁତ କମ ଆସୁଛି। କିନ୍ତୁ ଅନ୍ୟପଟେ ପୂରା ଦୁନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢି ଚାଲିଛି। କାରଣର ଜାପାନରେ ମାସ୍କ ପିନ୍ଧିବାର  ସଂସ୍କୃତି ପୂର୍ବରୁ ରହିଛି।

ଡାକ୍ତର ଡେକାଇ ୟୁଙ୍କ ସହଯୋଗୀ ପେରିସ୍‌ ଇକୋଲେ ଡେ ଗୁଏରେ କହିଛନ୍ତି, ଯେ ପର୍ଯ୍ୟନ୍ତ କୌଣସି ଟୀକା‌ କିମ୍ବା ଔଷଧ ଆବିଷ୍କାର ହୋଇ ନାହିଁ ସେ ପର୍ଯ୍ୟନ୍ତ ଆମକୁ  କରୋନା ସହିତ ଏମିତି ଲଢିବାକୁ ପଡିବ । କେବଳ ମାସ୍କ ଓ ସାମାଜିକ ଦୂରତା ହିଁ ଏମିତି ଦୁଇଟି ବିକଳ୍ପ ଯାହା କରୋନା ବିରୋଧରେ ଶକ୍ତିଶାଳୀ ଅସ୍ତ୍ର ଭାବରେ ବ୍ୟବହୃତ ହୋଇ ପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories