www.samajalive.in
Monday, December 8, 2025
27.1 C
Bhubaneswar

ଆତ୍ମନିର୍ଭର ଭାରତ ଅଭିଯାନ- ସେନା କ୍ୟାଣ୍ଟିନରେ କେବଳ ସ୍ବଦେଶୀ ଉତ୍ପାଦ ବିକ୍ରି ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଦେଶବାସୀଙ୍କ ସମ୍ବୋଧିତ କରିବା ସମୟରେ ‘ଆତ୍ମନିର୍ଭର ଭାରତ ଅଭିଯାନ’ର ନାରା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌ ପରେ ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ)ର ସମସ୍ତ କ୍ୟାଣ୍ଟିନରେ କେବଳ ସ୍ବଦେଶୀ ସାମଗ୍ରୀ ଏବଂ ଉତ୍ପାଦ ବିକ୍ରି କରାଯିବା ନେଇ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କ୍ୟାଣ୍ଟିନକୁ ନିର୍ଦେଶ ଦିଆଯାଇଛି। ଜୁନ ୧ରୁ ଏହା ସମସ୍ତ କ୍ୟାଣ୍ଟିନରେ ଲାଗୁ ହେବ। ଏହା ଫଳରେ ପ୍ରାୟ ୧୦ ସିଏପିଏଫ କର୍ମଚାରୀଙ୍କ ୫୦ ଲକ୍ଷ ପରିଜନ ସ୍ବଦେଶୀ ଉତ୍ପାଦର ବ୍ୟବହାର କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।

- Advertisement -

ଶାହ ଟ୍ବିଟ୍‌ କରି କହିଛନ୍ତି, ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆତ୍ମନିର୍ଭର ବନାଇବା ଏବଂ ସ୍ବଦେଶୀ ଉତ୍ପାଦ ବ୍ୟବହାର କରିବାକୁ ଅପିଲ କରିଛନ୍ତି। ଏହା ନିଶ୍ଚିତ ରୂପେ ଆଗାମୀ ସମୟରେ ଭାରତକୁ ବିଶ୍ଵର ନେତୃତ୍ଵ ନେବାର ରାସ୍ତାକୁ ପ୍ରଶସ୍ତ କରିବ। ଏ ଦିଗରେ ଆଜି ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ସିଏପିଏଫ କ୍ୟାଣ୍ଟିନରେ କେବଳ ସ୍ବଦେଶୀ ଉତ୍ପାଦ ବିକ୍ରି ହେବ। ଆସନ୍ତା ଜୁନ ୧ ତାରିଖରୁ ଦେଶବ୍ୟାପୀ ସମସ୍ତ ସିଏପିଏଫ କ୍ୟାଣ୍ଟିନରେ ଏହା ଲାଗୁ ହେବ।

ଶାହ ଆହୁରି କହିଛନ୍ତି, ମୁଁ ଦେଶର ସାଧାରଣ ଜନତାଙ୍କୁ ବି ନିବେଦନ କରୁଛି ଯେ ସେମାନେ ଦେଶରେ ପ୍ରସ୍ତୁତ ସ୍ବଦେଶୀ ଉତ୍ପାଦର ଅଧିକ ବ୍ୟବହାର କରନ୍ତୁ ଏବଂ ଅନ୍ୟମାନଙ୍କୁ ଏଥିପ୍ରତି ଉତ୍ସାହିତ କରନ୍ତୁ। ପ୍ରତି ଭାରତୀୟ ଯଦି ଭାରତରେ ପ୍ରସ୍ତୁତ ଉତ୍ପାଦ ବ୍ୟବହାର କରିବାର ସଙ୍କଳ୍ପ ନିଅନ୍ତି, ତେବେ ଆଗାମୀ ୫ ବର୍ଷରେ ଦେଶର ଗଣତନ୍ତ୍ର ଆତ୍ମନିର୍ଭର ହୋଇପାରିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories