www.samajalive.in
Thursday, December 11, 2025
27.1 C
Bhubaneswar

କୁକ୍‍ଙ୍କ ୫ ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ କୋହଲି

ଲଣ୍ଡନ୍‍ : ଇଂଲଣ୍ଡ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଆଲଷ୍ଟାୟାର କୁକ୍‍ଙ୍କୁ କ୍ରିକେଟ ଦୁନିଆର ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ ଗଣନା କରା ଯାଇଥାଏ। ଏହି ବାମହାତି ଓପ୍‍ନର ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍‍ରେ ସର୍ବାଧିକ ରନ୍‍ ସ୍କୋର୍‍ କରିଛନ୍ତି। ତେବେ ଆଲଷ୍ଟାୟାର କୁକ୍‍ ତାଙ୍କ ସମୟର ଶ୍ରେଷ୍ଠ ୫ ବ୍ୟାଟ୍‍ସମ୍ୟାନଙ୍କ ନାମ ପ୍ରକାଶ କରିଛନ୍ତି। ଏହି ତାଲିକାରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ତେବେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍‍ରେ ସର୍ବାଧିକ ରନ୍‍ ଏବଂ ସର୍ବାଧିକ ଶତକ ସ୍କୋର୍‍ କରିଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍‍ ତେନ୍ଦୁଲକରଙ୍କ ନାମ ଏହି ତାଲିକାରେ ନାହିଁ। ଏହା ଅନେକ କ୍ରିକେଟ ବିଶେଷଜ୍ଞଙ୍କୁ ଚକିତ କରିଛନ୍ତି। ତେବେ କେଉଁ ଭିତ୍ତିରେ ଏହି ୫ ଜଣିଆ ତାଲିକା କୁକ୍‍ ବାଛିଛନ୍ତି; ତାହା ସେ ସ୍ପଷ୍ଟ କରିଛନ୍ତି।
ତାଙ୍କର ମହାନ୍‍ ୫ ଜଣ ବ୍ୟାଟ୍‍ସମ୍ୟାନଙ୍କ ତାଲିକା ଶୀର୍ଷରେ ଆଲ୍‍ଷ୍ଟାୟାର କୁକ୍‍ ୱେଷ୍ଟଇଣ୍ଡିଜ୍‍ର ଖ୍ୟାତନାମା ବ୍ୟାଟ୍‍ସମ୍ୟାନ୍‍ ବ୍ରାୟାନ୍‍ ଲାରାଙ୍କୁ ରଖିଛନ୍ତି। କୁକ୍‍ଙ୍କ ମତରେ ସେ ଦେଖିଥିବା ବ୍ୟାଟ୍‍ସମ୍ୟାନଙ୍କ ମଧ୍ୟରୁ ଲାରାଙ୍କ ଆଖପାଖରେ କେହି ନାହାନ୍ତି। ବିଶ୍ୱର ଏକମାତ୍ର ବ୍ୟାଟ୍‍ସମ୍ୟାନ୍‍ ଭାବେ ଏକ ଟେଷ୍ଟ ଇନିଂସରେ ୪୦୦ ରନ୍‍ ସ୍କୋର୍‍ କରିଥିବା ଷ୍ଟାଇଲିସ୍‍ ବାମହାତି ବ୍ରାୟାନ୍‍ ଚାର୍ଲସ ଲାରା ୧୩୧ଟି ଟେଷ୍ଟମ୍ୟାଚ୍‍ରୁ ୧୧୯୫୩ ଏବଂ ୨୯୯ ଦିନିକିଆ ମ୍ୟାଚ୍‍ରୁ ୧୦୪୦୫ ରନ୍‍ ସ୍କୋର୍‍ କରିଛନ୍ତି। ବ୍ୟାଟ୍‍ସମ୍ୟାନ ଭାବେ ଲାରାଙ୍କ ମହାନତା ବଖାଣିବା ଲାଗି ୨୦୦୪ର ଏକ ମ୍ୟାଚ୍‍ ବିଷୟରେ କୁକ୍‍ ଉଲ୍ଲେଖ କରିଛନ୍ତି। ଏହି ମ୍ୟାଚ୍‍ ଏମ୍‍ସିସି ବନାମ ୱେଷ୍ଟଇଣ୍ଡିଜ୍‍ ଥିଲା। ଏମ୍‍ସିସିର ବୋଲିଂ ଆକ୍ରମଣ ବେଶ୍‍ ଶକ୍ତିଶାଳୀ ଥିଲା। ସେତେବେଳେ ଇଂଲଣ୍ଡ ପାଇଁ ଖେଳୁଥିବା ସାଇମନ୍‍ ଜୋନ୍‍ସ, ମାଥ୍ୟୁ ହୋଗାର୍ଡ ଓ ମିନ୍‍ ପଟେଲ ମଧ୍ୟ ଏମ୍‍ସିସି ବୋଲିଂ ଆକ୍ରମଣରେ ଥିଲେ। ହେଲେ ଲାରା ଗୋଟିଏ ଅଧିବେଶନରେ ଶତକ ହାସଲକରି ଆମକୁ ଚକିତ କରିଥିଲେ। ସେ ଭୋଜନ ବିରତି ପରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଚା’ପାନ ବିରତି ପୂର୍ବରୁ ଶତକ ପୂରଣ କରିଥିଲେ। ଆମେ ଆଉ ଏକ ସ୍ତରର ବ୍ୟାଟିଂ ଦେଖୁଥିଲୁ। ମନେ ହୋଇଥିଲା ଯେପରି ଜଣେ କିମ୍ବଦନ୍ତୀ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି। ଲାରା ଏବଂ ବିରାଟ କୋହଲିଙ୍କୁ ଛାଡ଼ି ଆଲଷ୍ଟାୟାର କୁକ୍‍ଙ୍କ ୫ ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ ଅଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ଜ୍ୟାକ୍‍ସ କାଲିସ୍‍ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା। ତାଙ୍କ ତାଲିକାରେ ବିରାଟ କୋହଲିଙ୍କୁ ରଖିବା ବିଷୟରେ କୁକ୍‍ କହିଛନ୍ତି ଯେ କୋହଲି ଯେକୌଣସି ଫର୍ମାଟରେ ଖୋଲିକରି ରନ୍‍ ସ୍କୋର୍‍ କରିପାରନ୍ତି। ତାଙ୍କର ଏହି ଦକ୍ଷତା ଯୋଗୁଁ ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ ସେ ରହିଛନ୍ତି। କୋହଲିଙ୍କୁ ରୋକିବା ଯେକୌଣସି ବୋଲରଙ୍କ ପାଇଁ ବେଶ୍‍ କଷ୍ଟକର ବୋଲି ୫୯ଟି ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡର ନେତୃତ୍ୱ ନେଇଥିବା ଆଲଷ୍ଟାୟାର କୁକ୍‍ କହିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories