www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର ଆଦିତ୍ୟ ଓ ତେଜାଙ୍କ ସମେତ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ ସିନ୍ଧେ ଆଦି ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ସହ ବିଧାନ ଭବନରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଉପମୁଖ୍ୟ ମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାର, ଜୟନ୍ତ ପଟେଲ, କଂଗ୍ରେସ ନେତା ଅଶୋକ ଚୱନ ଏବଂ ବାଲାସାହେବ ଥୋରାଟ ମଧ୍ୟ ସମର୍ଥନ ଜଣାଇବାକୁ ସେଠାରେ ଉପସ୍ଥିତ ଥିଲେ। ।

ଠାକରେ ପରିବାରର ଦ୍ୱିତୀୟ ବ୍ୟକ୍ତି ଭାବେ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ପୂର୍ବରୁ ତାଙ୍କ ପୁଅ ଆଦିତ୍ୟ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବାବେଳେ ଏବେ ମନ୍ତ୍ରୀ ଅଛନ୍ତି । କଂଗ୍ରେସର ଜଣେ ପ୍ରାର୍ଥୀ ବିଧାନ ପରିଷଦ ନିର୍ବାଚନରୁ ଓହରିଯିବା ପରେ ଏବେ ୯ ଆସନ ପାଇଁ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫଳରେ ଉଦ୍ଧବଙ୍କ ସମେତ ୯ ଜଣ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବେ ।

- Advertisement -

ସୂଚନାଯୋଗ୍ୟ  ଉଦ୍ଧବ ଏବେ ବିଧାନସଭା କି ବିଧାନ ପରିଷଦର ସଭ୍ୟ ନାହାନ୍ତି । ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାର ଆବଶ୍ୟକତା ଥିଲା । ପୂର୍ବରୁ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସେ ବିଧାୟକ ହେବାକୁ ଆଶା ବାନ୍ଧିଥିଲେ । ଏନେଇ ମହାରାଷ୍ଟ୍ର ସରକାର ତାଙ୍କ ନାମକୁ ରାଜଭବନ ପଠେଇଥିଲେ । କିନ୍ତୁ ରାଜ୍ୟପାଳ ଏଭଳି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories