www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୩୭ ୟୁନିଟ ରକ୍ତ ସଂଗ୍ରହ

ପାଟଣା : କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ନୂଆପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ “ଜୀବନବିନ୍ଦୁ” କାର୍ଯ୍ୟକ୍ରମରେ ରକ୍ତଦାତାଙ୍କ ଠାରୁ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବ୍ଲଡ ବ୍ୟାଙ୍କ କେନ୍ଦୁଝର ଶାଖାରୁ ଆୟୁଷ ପ୍ରଜ୍ଞା ପରିମିତା ମହାନ୍ତ , ଜନ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଏଲ.ଟି ହେମରଞ୍ଜନ ମହାନ୍ତ  ଓ ଗୌରୀଶଙ୍କର ମଲ୍ଲିକ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସାମାଜିକ ଦୂରତା ନିୟମ ରକ୍ଷା କରାଯାଇ ଏପରି ଶିବିର କରାଯାଉଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ , ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର , କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ସମେତ ବିଜେଡିର ଅନେକ କର୍ମୀ ଯୋଗଦେଇଥିଲେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories