www.samajalive.in
Monday, December 8, 2025
17.1 C
Bhubaneswar

ଖାଦ୍ୟ ସୁରକ୍ଷା ଯୋଜନାରେ ୯୧,୮୪, ୯୭୫ ରାସନ୍‌କାର୍ଡଧାରୀଙ୍କୁ ୯୧୮,୪୯, ୭୫ ହଜାର ଟଙ୍କା ବଣ୍ଟନ

ଭୁବନେଶ୍ବର : ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ୟ୍ୟନ୍ତ ରାଜ୍ୟରେ ୯୧ ଲକ୍ଷ ୫୬ ହଜାର ୨୮୯ ଜଣ ରାସନ୍‌ କାର୍ଡଧାରୀ ପରିବାରକୁ ଆଗୁଆ ଅପ୍ରେଲ୍‌, ମଇ ଓ ଜୁନ୍‌ ତିନିମାସ ପାଇଁ ଚାଉଳ ଓ ଗହମ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ସୁଦ୍ଧା ୯୧ ଲକ୍ଷ ୮୪ ହଜାର ୯୭୫ ଜଣ କାର୍ଡଧାରୀ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ନଗଦ ରିଲିଫ୍‌ ଆକାରରେ ୯୧୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୫୪,୨୦୮ ପରିବାରର ୧ ଲକ୍ଷ ୪୯ ହଜାର ୨୬୮ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୪୩ ଲକ୍ଷ ୬୭ ହଜାର ୯୧୯ ଜଣ କାର୍ଡଧାରୀଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୩୭,୨୮୭ କାର୍ଡଧାରୀଙ୍କୁ ଅତିରିକ୍ତ ଚାଉଳ ବାବଦକୁ ମୁଣ୍ଡପିଛା ୫ କେଜି ହିସାବରେ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories