www.samajalive.in
Monday, December 8, 2025
27.1 C
Bhubaneswar

ବଦଳୁଥିବା ଅତି ଖରାପ ପାଗରେ ମଧ୍ୟ କୃଷି କାର୍ଯ୍ୟ କରିପାରିବେ କୃଷକ: ସିଏସ୍‌ଇ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଦେଶରେ ଅଦ୍ଭୂତପୂର୍ବ ଆର୍ଥିକ ସଙ୍କଟ ଦେଖାଦେଇଛି ଓ ଯାହାର ବିଶେଷ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ିଛି। ଏବେ କାଳବୈଶାଖି ଓ ଅନିୟମିତ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ବଦଳୁଥିବା ଅତି ଖରାପ ପାଣିପାଗକୁ ଚାଷୀ କିଭଳି ସମ୍ମୁଖୀନ କରିବେ ଓ ଏଭଳି ଖରାପ ପରିସ୍ଥିତିରେ କୃଷି କାର୍ଯ୍ୟ ଜାରି ରଖିବେ ସେଥିନେଇ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍ ଏନ୍‌ଭର୍ଣ୍ଣମେଣ୍ଟ(ସିଏସ୍‌ଇ)ର କୃଷି-ମୌସୁମୀ ପରାମର୍ଶ ପଦ୍ଧତି ପ୍ରସ୍ତୁତ କରାଯାଇଛି। ଏଥିରେ ପାଣିପାଗ ତଥ୍ୟ ସଂଗ୍ରହ, ପାଣିପାଗ ପୂର୍ବାନୁମାନ, କୃଷି କ୍ଷେତ୍ରରେ ଉତ୍କର୍ଷତା, ଶସ୍ୟତଥ୍ୟ ବିଶ୍ଲେଷଣ ଏବଂ କୃଷିକାର୍ଯ୍ୟ ପାଇଁ କୃଷକଙ୍କୁ ପରାମର୍ଶ ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ସିଏସ୍‌ଇ ଆଗ୍ରୋମେଟେରୋଲୋଜିକାଲ୍‌ ଆଡ୍‌ଭାଇଜରିଜ୍‌ ଇନ୍‌ ଇଣ୍ଡିଆ ପକ୍ଷରୁ ‘ପାଣିପାଗ ଓ କୃଷି’ ଶୀର୍ଷକ ଏକ ୱେବ୍‌ନେୟାର୍‌ ଅନୁଷ୍ଠିତ ହୋଇଥିଲା । କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟଦେଶର କୃଷି-ମୌସୁମୀକୁ ଆଧାର କରି ଜଳବାୟୁ ପରିବର୍ତ୍ତନ ସମୟରେ ପ୍ରଭାବିତ ଚାଷୀ ଯେଭଳି କୃଷି କାର୍ଯ୍ୟ ସୁରୁଖୁରୁରେ କରିପାରିବେ ସେଥିନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏ ସଂକ୍ରାନ୍ତରେ ସିଏସ୍‌ଇ କ୍ଲାଇମେଟ୍‌ ଚେଞ୍ଜ ୟୁନିଟ୍‌ ପକ୍ଷରୁ ଗବେଷଣା ପରେ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିରେ ପରିବର୍ତ୍ତିତ ଅନିୟମିତ ଜଳବାୟକୁ କୃଷକ ସମାଜ କିଭଳି ଆପଣେଇ ନେବେ ତାହା ଦର୍ଶାଯାଇଛି। କୃଷକଙ୍କୁ ଉପଯୁକ୍ତ ପରାମର୍ଶ ଦେବାପାଇଁ ବିଶେଷଜ୍ଞଦଳ ପକ୍ଷରୁ ବୈଷୟିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସହ ପାଣିପାଗ ପୂର୍ବାନୁମାନ ତଥ୍ୟ ଏକାଠି କରିଛନ୍ତି। ଫଳରେ କୃଷକମାନେ ଭଲ ଫସଲ ଉତ୍ପାଦନ କରିପାରିବେ। ସେହିପରି କୃଷକମାନେ ନୂଆ ପ୍ରଯୁକ୍ତି ବିଦ୍ୟା ଆପଣେଇ ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏହା କଠିନ କାର୍ଯ୍ୟ ତଥାପି ପାଣିପାଗ ଓ ଚାଷ ସମ୍ବନ୍ଧୀୟ ଜ୍ଞାନଥିରେ କୃଷକଙ୍କୁ ଫାଇଦା ମିଳିପାରିବ। ବଦଳୁଥିବା ଅତି ଖରାପପାଗରେ ମଧ୍ୟ କୃଷକ କୃଷି କାର୍ଯ୍ୟ କରିପାରିବେ। ଭାରତରେ ପରିବର୍ତ୍ତିତ ଜଳବାୟୁ ସହିତ କିଭଳି ଖାପଖୁଆଇ କୃଷକମାନେ କୃଷି କାର୍ଯ୍ୟ ସମ୍ପାଦନ କରିପାରିବେ ସେଥିନେଇ ଏହି ୱେବ୍‌ନେୟାର୍‌ରେ ସିଏସ୍‌ଇ ପଲିସୀ ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା ଏବଂ ତାହା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା।
ସିଏସ୍‌ଇ ମହାନିର୍ଦେଶକ ସୁନିତା ନାରାୟଣ ଏବଂ ଗୋପାଲ୍‌କ୍ରିଷ୍ଣନନ୍‌ଙ୍କ ସମେତ ଏହି ୱେବ୍‌ନେୟାର୍‌ରେ ୩୦୦ଜଣ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories