www.samajalive.in
Tuesday, December 9, 2025
17.1 C
Bhubaneswar

୨୦୨୦-୨୧ ରବି ଋତୁ ପାଇଁ ଡାଲି, ତୈଳବୀଜ ଓ ଗହମ ସଂଗ୍ରହ ଦ୍ରୁତ ଗତିରେ ଜାରି

-୨୬୮୨ କୋଟି ଟଙ୍କାର ଡାଲି ଓ ତୈଳବୀଜ କ୍ରୟ, ୩.୨୫ ଲକ୍ଷରୁ ଅଧିକ କୃଷକ ଉପକୃତ
-ଗ୍ରୀଷ୍ମକାଳୀନ ଫସଲ ବୁଣା କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି

ନୂଆଦିଲ୍ଲୀ : ୨୦୨୦-୨୧ ରବି ଋତୁରେ ୦୨.୦୫.୨୦୨୦ ସୁଦ୍ଧା ୨,୬୮୨ କୋଟି ଟଙ୍କାର ଏମଏସପି ମୂଲ୍ୟରେ ୨,୬୧,୫୬୫ ମେଟ୍ରିକ ଟନ ଡାଲି ଓ ୩,୧୭,୪୭୩ ମେଟ୍ରିକ ଟନ ତୈଳବୀଜ କ୍ରୟ କରାଯାଇଛି । ଏଥିଯୋଗୁଁ ୩,୨୫,୫୬୫ କୃଷକ ଉପକୃତ ହୋଇଛନ୍ତି । ଏଥିମଧ୍ୟରୁ ୧୪,୮୫୯ ମେଟ୍ରିକ ଟନ ଡାଲି ଓ ୬୭୦୬ ମେଟ୍ରିକ ଟନ ତୈଳ ବୀଜ ୧ ଓ ୨ ମେ, ୨୦୨୦ରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣା ଭଳି ୬ ରାଜ୍ୟରୁ କ୍ରୟ କରାଯାଇଛି। ଏହାବ୍ୟତୀତ ୨୦୨୦-୨୧ ରବି ବିପଣନ ଋତୁରେ ଏଫସିଆଇରେ ମୋଟ ୧,୮୭,୯୭,୭୬୭ ମେଟ୍ରିକ ଟନ ଗହମ ସଂଗୃହିତ ହୋଇଛି, ଏଥିମଧ୍ୟରରୁ ୧,୮୧,୩୬,୧୮୦ ଗହମ କ୍ରୟ କରାଯାଇଛି।
ଗତବର୍ଷର ଏହି ଅବଧିରେ ୨୫.୨୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୩୪.୮୦ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି।
ସେହିପରି ଗତବର୍ଷ ଏହି ଅବଧିରେ ମୋଟ ୫.୪୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ପାଖାପାଖି ୮.୭୭ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଛି।
ଗତବର୍ଷ ଏହି ଅବଧିରେ ୫.୪୯ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୯.୧୨ ହେକ୍ଟର ଜମିରେ ଏହି ଚାଷ କରାଯାଇଛି।
ସେହିପରି ଗତବର୍ଷ ଏହି ସମୟରେ ୭ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ପାଖାପାଖି ୮.୮୭ ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଛି।
କୋଭିଡ-୧୯ ମହାମାରୀ ସମୟରେ କୃଷକ ଓ କୃଷିଜନିତ କାର୍ୟ୍ୟକଳାପକୁ ସୁବିଧାଜନକ କରିବା ଲାଗି କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଅବଧି ଅର୍ଥାତ ୨୪.୦୩.୨୦୨୦ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ପିଏମ କିଷାନ ଯୋଜନା ଅନ୍ତର୍ଗତ ୯.୦୬ କୋଟି କୃଷକ ପରିବାରକୁ ୧୮,୧୩୪ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories