www.samajalive.in
Tuesday, December 9, 2025
16.1 C
Bhubaneswar

ପରିବା ଚାଷୀ ଛାୟାରାଣୀଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା

କଟକ :  କରୋନା ମହାମାରୀକୁ ନେଇ ସାରା ଦେଶ ଲକ୍‌ଡାଉନ୍‌। ଏବେ ଦୁଇବେଳା ଖାଇବା ଯୋଗାଡ଼ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥଳେ ଜଣେ ମହିଳା ଚାଷୀ ଗ୍ରାମଗ୍ରାମ ବୁଲି ପରିବା ଯୋଗାଇବା ଭଳି ପ୍ରଶଂସନୀୟ କାର୍ୟ୍ୟ କରି ଚାଲିଛନ୍ତି। ମହିଳା ଚାଷୀଙ୍କ ଏଭଳି କାର୍ଯ୍ୟକୁ ପୂର୍ବତନ କ୍ରିକେଟର ଭି.ଭି ଏସ୍‌ ଲକ୍ଷ୍ମଣ ପ୍ରଶଂସା କରିଛନ୍ତି ।
ଭଦ୍ରକ ଜିଲାର ଛାୟାରାଣୀ ସାହୁ ଜଣେ ମହିଳା ଚାଷୀ। ଲକ୍‌ଡାଉନ୍‌ ପାଇଁ ପରିବା ବଜାରରେ ବିକ୍ରି କରିବା ଅସମ୍ଭବ ହୋଇପଡିଛି। ଲୋକମାନଙ୍କ ନିକଟରେ ପରିବା ପହଞ୍ଚାଇବା ନେଇ ଛାୟାରାଣୀ ପାଖାପାଖି ୧୫ କିଲୋମିଟର ଅଞ୍ଚଳ ମଧ୍ୟରେ ପରିବା ବିକ୍ରି କରୁଛନ୍ତି। ଯାହା ଫଳରେ ଛାୟାରାଣୀ ଚାଷ କରିଥିବା ପରିବାକୁ ବିକ୍ରି କରି କିଛି ଟଙ୍କା ରୋଜଗାର କରିବା ସହିତ ଲୋକମାନଙ୍କୁ ପରିବା ଯୋଗାଇବାରେ ମଧ୍ୟ ସଫଳ ହୋଇଛନ୍ତି। ଜଣେ ମହିଳା ଭାବେ ଏଭଳି କାର୍ଯ୍ୟ କରିପାରିବା ସହିତ ଲୋକମାନଙ୍କୁ ପରିବା ଯୋଗାଇବାକୁ ନେଇ ହାଇଦ୍ରାବାଦ୍‌ର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ବେଶ ପ୍ରଶଂସା କରିଛନ୍ତି। ମାନବିକତାର ଅନ୍ୟଏକ ଉଦାହରଣ ଛାୟାରାଣୀ ବୋଲି ଲକ୍ଷ୍ମଣ ଟ୍ବିଟ୍‌ କରି କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories