www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଥମେ ଫେରିବେ ପ୍ରବାସୀ ଶ୍ରମିକ, ପରେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ବିଦେଶରେ ଅଟକି ରହିଥିବା ସହସ୍ରାଧିକ ଭାରତୀୟ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବୈଦେଶିକ ଓ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଫେରାଇ ଅଣାଯିବା ନେଇ ଯୋଜନା ଚାଲିଛି। ପ୍ରଥମେ ବିଦେଶରେ; ବିଶେଷ କରି ଉପ-ସାଗରୀୟ ରାଷ୍ଟ୍ରରେ ଥିବା ଶ୍ରମିକଙ୍କୁ ଫେରାଇ ଅଣାଯିବା ଉପରେ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଆଣାଯିବା ଉଚିତ ବୋଲି ମୋଦୀ କହିଛନ୍ତି। ଭାରତୀୟ ଗରିବ ଶ୍ରମ ଶକ୍ତି ବିଦେଶରେ ରହି ଦେଶର ଆର୍ଥିକ କ୍ଷେତ୍ର ପାଇଁ ଯଥେଷ୍ଟ ଅବଦାନ ରଖୁଛନ୍ତି; ତେଣୁ ସେମାନଙ୍କୁ ଫେରାଇ ଆଣିବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ମୋଦୀ କହିଛନ୍ତି।

ବିଶ୍ବବ୍ୟାଙ୍କ ରିପୋର୍ଟ ଉଦ୍ଧାର କରି ମୋଦୀ କହିଛନ୍ତି ଯେ ୨୦୧୯ରେ ପ୍ରବାସୀ ଭାରତୀୟମାନେ ସ୍ବଦେଶକୁ ୮୨୦୦କୋଟି ଡଲାର ପଠାଇଛନ୍ତି; ଯାହାର ଅଧା କେବଳ ପଶ୍ଚିମ ଏସିଆରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କଠାରୁ ଆସିଛି। ସେ ଦୃଷ୍ଟିରୁ ଭାରତ ଏବେ ବିଶ୍ବର ସର୍ବାଧିକ ଅର୍ଥଗ୍ରହୀତା ଭାବେ ପରିଗଣିତ ହେଉଛି। ବିଦେଶରେ ଥିବା ୧୨.୬ ନିୟୁତ ଶ୍ରମଶକ୍ତି ମଧ୍ୟରୁ ୭୦ପ୍ରତିଶତ କେବଳ ୬ ଉପ-ସାଗରୀୟ ରାଷ୍ଟ୍ରରେ ଅଛନ୍ତି। ୟୁନାଇଟେଡ ଆରବ ଏମିରେଟ୍‌ରେ ସାଢ଼େ ୩ ନିୟୁତ ଥିଲାବେଳେ ସାଉଦିଆରବରେ ଅଢ଼େଇ ନିୟୁତ ଏବଂ କୁଏତ୍‌, ଓମାନ, କାତାର ଓ ବାହାରିନ୍‌ରେ ପ୍ରାୟ ୩ ନିୟୁତ ଭାରତୀୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ଭାରତରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ନାହିଁ। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏହି ଶ୍ରମିକମାନେ ଘୋର ସଂକଟରେ ପଡ଼ିଛନ୍ତି। ଅନେକ ନିଯୁକ୍ତି ହରାଇଛନ୍ତି। ସେମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟାକୁଳ ହେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ସେମାନଙ୍କ ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛନ୍ତି।

- Advertisement -

ସେହିଭଳି ବ୍ରିଟେନ୍‌, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ସିଙ୍ଗାପୁର, ଫିଲିପାଇନ୍ସ ଆଦି ରାଷ୍ଟ୍ରରେ ଅଟକି ରହିଥିବା ହଜାର ହଜାର ଛାତ୍ରଛାତ୍ରୀ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସକୁ ଆବେଦନ-ନିବେଦନ କରିଛନ୍ତି। କେବଳ ରୁଷିଆରୁ ୧୫ହଜାର ଛାତ୍ରଛାତ୍ରୀ ଭାରତକୁ ଫେରିବା ପାଇଁ ବ୍ୟଗ୍ର। ସେମାନଙ୍କ ରାଜ୍ୟ ସହିତ ଯୋଗାଯୋଗ କରାଯାଇ ଅଗ୍ରାଧିକାରଭିତ୍ତିରେ ଫେରାଇ ଅଣାଯିବା ଯୋଜନା ଚାଲିଛି। ସେହି ଅନୁସାରେ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନେ ଭାରତ ମାଟିରେ ପହଞ୍ଚିବା ପରେ ପ୍ରଥମେ ଯାଞ୍ଚର ସମ୍ମୁଖୀନ ହେବେ ଓ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ଯିବେ; କିନ୍ତୁ ସେମାନେ କେବେ ଫେରିବେ ତାହା ନିଶ୍ଚିତ ହୋଇ ନାହିଁ। ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବଙ୍କ ସହିତ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଆଲୋଚନା ପରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories