www.samajalive.in
Monday, December 8, 2025
17.1 C
Bhubaneswar

ଆମେରିକାରେ ଅଗଷ୍ଟ ସୁଦ୍ଧା କରୋନା ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୭୪ହଜାର ଟପିବ

ୱାସିଂଟନ୍‌: ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଭୂତାଣୁ ଆମେରିକାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। ଆଜି ସୁଦ୍ଧା ଆମେରିକାରେ ୧୦,୧୦,୫୦୭ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବ​‌େ​‌ଳ ସେମାନଙ୍କ ମଧ୍ୟରୁ ୫୬, ୮୦୩ଜଣ ପ୍ରାଣ ହରାଇଛନ୍ତି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବାକୁ ଆମେରିକ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ତଥାପି କରୋନା ମୃତ୍ୟୁ ସଂଖ୍ୟା ହ୍ରାସରେ ଆମେରିକାକୁ ସଫଳତା ମିଳିନାହିଁ। ୱାସିଂଟନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଆମେରିକାରେ କରୋନା ଭୂତାଣୁ ମୃତ୍ୟୁ ସଂଖ୍ୟା ୭୪ହଜାର ଟପିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଏହି ଭବିଷ୍ୟବାଣୀକୁ ହ୍ବାଇଟ୍‌ ହାଉସ୍‌ ଅଧିକାରୀ ଏବଂ ରାଜ୍ୟ ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ୱାସିଂଟନ୍‌ ବିଶ୍ବବିଦ୍ୟାଳୟର ଭବିଷ୍ୟବାଣୀ ସହିତ ଏକମତ ହୋଇଛନ୍ତି।

ୱାସିଂଟନ୍‌ ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଫର ହେଲ୍‌ ଆଣ୍ଡ୍‌ ମେଟ୍ରିକ୍ସ ଆଣ୍ଡ୍ ଇଭାଲ୍ୟୁଏସନ୍‌(ଆଇଏଚ୍‌ଏମ୍‌ଇ) ପକ୍ଷରୁ ଆମେରିକାରେ କରୋନା ଭୂତାଣୁ ମୃତ୍ୟୁ ସଂଖ୍ୟା ଉପରେ ଏକ ମଡେଲ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଅଗଷ୍ଟ ୪ ସୁଦ୍ଧା ଆମେରିକାରେ କରୋନା ଭୂତାଣୁ ମୃତ୍ୟୁ ସଂଖ୍ୟା ୭୪,୦୭୩ ହେବ। ଏହାର ଏକ ସପ୍ତାହ ପୂର୍ବରୁ ୬୭ହଜାରକୁ ଛୁଇଁବାକୁ ଥିବାବେଳେ ଦୁଇ ସପ୍ତାହ ପୂର୍ବରୁ ୬୦ହଜାର ପର୍ଯ୍ୟନ୍ତ ପହଞ୍ଚିବ ବୋଲି କୁହାଯାଇଛି।
ଆଇଏଚ୍‌ଏମ୍‌ଇ ନିର୍ଦେଶକ ଖ୍ରୀଷ୍ଟୋଫେର ମୁର୍‌ରେ କହିଛନ୍ତି ଯେ ଯଦି ରାଜ୍ୟଗୁଡ଼ିକ ସେମାନଙ୍କ ଆର୍ଥିକ ନେଣଦେଣ କାରବାର ସଂସ୍ଥାଗୁଡ଼ିକ ଶୀଘ୍ର ଖୋଲିବ ତାହେଲେ ଆମେରିକାରେ ମୃତ୍ୟୁ ସଂଖ୍ୟା ଆପେ ଆପେ ବଢ଼ିଯିବ। ଆମେରିକାର ଅନେକ ରାଜ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ନେଇ କଟକଣା ଜାରି ରଖିଛନ୍ତି ଏବଂ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏହାକୁ କିଭଳି ବନ୍ଦ ରଖାଯାଇପାରିବ ସେଥିପାଇଁ ଯୋଜନା ଚଳାଇଛନ୍ତି। ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବା ପାଇଁ ଆମେରିକାର ବିଭିନ୍ନ ରାଜ୍ୟର ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି। ଯଦି ସବୁ ବର୍ଗର ବୟସ୍କ ବ୍ୟକ୍ତି ଘରେ ରୁହନ୍ତି ତାହେଲେ ଧୀରେ ଧୀରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଖୋଲାଯିବ। ଅନ୍ୟଥା ଦେଶର ଅର୍ଥନୀତି ସଟ୍‌ଡାଉନ୍‌ ହୋଇଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories