www.samajalive.in
Monday, December 8, 2025
27.1 C
Bhubaneswar

ଲିକ ହୋଇଥିଲା ଭିଡିଓ – ଆମେରିକା ନୌସେନା ସାମ୍ନା କରିଥିଲା ଅଜ୍ଞାତ ଉଡ଼ନ୍ତା ବସ୍ତୁ

ସମାଜ ପୋର୍ଟାଲ ଡେସ୍କ: ଅଜ୍ଞାତ ଉଡ଼ନ୍ତା ବସ୍ତୁ ବା ଯୁଏଫଓକୁ ନେଇ ଆଜି ଯାଏଁ ଚର୍ଚ୍ଚା ଶେଷ ହେଉନାହିଁ। ପୂର୍ବରୁ କେତେକ ସାମାଜିକ ଗଣମାଧ୍ୟମରେ ରିଲିଜ ହୋଇଥିବା ତିନୋଟି ଭିଡିଓକୁ ଆମେରିକା ନୌସେନା ଏଡାଇ ଯାଇଥିବା ବେଳେ ଏବେ ସେହି ଭିଡିଓର ସତ୍ୟାସତ୍ୟ ପ୍ରକାଶ କରିଛି ଓ ତାହା ଲିକ ହୋଇଥିବା ବିଷୟ ସ୍ୱୀକାର କରିଛି। ସେହି ତିନୋଟି ଭିଡିଓରେ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ଅଜ୍ଞାତ ଉଡ଼ନ୍ତା ବସ୍ତୁ ଠାବ କରାଯାଇଛି ଯେଉଁଥିରେ ଆମେରିକୀୟ ନୌସେନା ପାଇଲଟ ତାହାର ପିଛା କରୁଛନ୍ତି। ପେଣ୍ଟାଗନ୍ ସେହି ତିନୋଟି ଭିଡିଓକୁ ‘ଅଣ-ଶ୍ରେଣୀଭୁକ୍ତ’ ଅର୍ଥାତ ‘ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ’ ବୋଲି କୁହାଯାଇଛି।

- Advertisement -

ଆମେରିକାର ପ୍ରତିରକ୍ଷା ବିଭାଗ ଏକ ବିବୃତ୍ତିରେ କହିଛି ଯେ ଭାଇରଲ ହେଉଥିବା ଭିଡିଓ ପ୍ରକୃତ ଫୁଟେଜ ପ୍ରକୃତ କି ନୁହେଁ କିମ୍ବା ଭିଡିଓରେ ଆଉ ଅଧିକ କିଛି ଅଛି କି ନାହିଁ ସେ ସମ୍ପର୍କରେ ଜନସାଧାରଣଙ୍କ ଭୁଲ ଧାରଣା ଦୂର କରିବାକୁ ଏଭଳି ପ୍ରୟାସ କରାଯାଇଛି। ଭିଡିଓଗୁଡିକରେ ଦେଖାଯାଇଥିବା ଏରିଏଲ୍ ଘଟଣାଗୁଡ଼ିକୁ ‘ଅଜ୍ଞାତ’ ବୋଲି ଆମେରିକା ନୌସେନା କହିଛି। ପ୍ରତିରକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଭିଡିଓଗୁଡିକ ଦର୍ଶାଉଛି ଯେ ପାଇଲଟମାନେ ୨୦୦୪ ଏବଂ ୨୦୧୫ରେ ଉଡାଣ ପ୍ରଶିକ୍ଷଣ ସମୟରେ ଏହା ଦେଖିଥିଲେ। ଗୋଟିଏ ଭିଡିଓ ୨୦୦୪ ନଭେମ୍ବରରେ ଏବଂ ଅନ୍ୟ ଦୁଇଟି ୨୦୧୫ ଜାନୁୟାରୀରେ ନିଆଯାଇଛି। ଦେଖନ୍ତୁ ଭିଡିଓ –

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories