୨୦୮ଟି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ୧୯ଲକ୍ଷ ୫୨ହଜାର ମାସ୍କ ବିକ୍ରି
ଭୁବନେଶ୍ଵର : ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ଓର୍ମାସ୍ ଜରିଆରେ ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍ଆଇଆର୍ଡି), ଭୁବନେଶ୍ୱରଠାରେ ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଗୋଟିଏ ଭ୍ରାମ୍ୟମାଣ ଯାନ ସହିତ ୨୦ଟି ମେଡିକାଲ୍ ଷ୍ଟୋରରେ ଏହିସବୁ ମାସ୍କ ବିକ୍ରୟ ପାଇଁ ଉପଲବ୍ଧ ହେଉଛି । ଗତ ୧୯ ଅପ୍ରେଲ୍ଠାରୁ ଏ ପର୍ଯ୍ୟନ୍ତ ୧୨,୧୦୦ଟି ମାସ୍କ ବିକ୍ରି ହୋଇସାରିଛି । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୨୦୮ଟି ସ୍ୱୟଂ ସହାୟକ ଗୋଷ୍ଠୀ/ ଉତ୍ପାଦକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ୧୯ ଲକ୍ଷ ୫୨ ହଜାର ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନାଦେଇଛନ୍ତି।
Comments are closed.