www.samajalive.in
Monday, December 8, 2025
20.1 C
Bhubaneswar

ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲାରୁ ହଟିଲା ୬୦ ଘଣ୍ଟିଆ ସଟ୍ ଡାଉନ

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟର ୩ଟି ଜିଲାରୁ ହଟିଛି ୬୦ ଘଣ୍ଟିଆ ସଟ୍ ଡାଉନ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ବାଲେଶ୍ଵର ,ଭଦ୍ରକ ଓ ଯାଜପୁର ଜିଲାକୁ ଗତ ୨୩ ତାରିଖ ରାତି ୧୦ ଟାରୁ ସଟ୍ ଡାଉନ ଘୋଷଣା କରିଥିଲେ । ଆଜି ୩ ଟି ଜିଲାରୁ ସଟ୍ ଡାଉନ ହଟିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ।

ତେବେ ଯାଜପୁରରେ ୨ଟି ପର୍ୟ୍ୟାୟରେ ଦୋକାନ ଖୋଲିବ । ସକାଳ ୬ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଦୋକାନ ଖୋଲିବ ବୋଲି କୁହାଯାଇଛି । ସେହିପରି ଭଦ୍ରକରେ ସକାଳ ୬ଟାରୁ ଦିନ ୧ ଯାଏଁ ଦୋକାନ ଖୋଲା ରହିବ । କଣ୍ଟେନମେଣ୍ଟ ଜୋନରେ କୌଣସି ଦୋକାନ ଖୋଲିବ ନାହିଁ ବୋଲି କୁହାଯାଇଛି । ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଓ ଡିହିଡିରେ ସମସ୍ତ ଦୋକାନ ବନ୍ଦ ରହିବ । ଏହା ସହ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ଘରୁ ବାହାରିବାକୁ ମନା ହୋଇଛି ।

- Advertisement -

ରାଜ୍ୟରେ ଖୋର୍ଦ୍ଧା ଜିଲାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ୩ ଟି ଜିଲା ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୬୦ ଘଣ୍ଟିଆ ଲକ୍ ଡାଉନ ଘୋଷଣା କରାଯାଇଥିଲା ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories