www.samajalive.in
Thursday, December 11, 2025
27.1 C
Bhubaneswar

ସମ୍ବଲପୁରରେ କରୋନା କୃତ୍ରିମ ବିପଦ

ବୁର୍ଲା : ବର୍ତ୍ତମାନର କରୋନା ପୀାଇଁ  ସାରା ପୃଥବୀରେ ଆତଙ୍କ ସୃଷ୍ଟି କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଇ ଚାଲିଛି। ସହସ୍ରାଧିକ ଦେଶର ଜନସାଧାରଣ ଏହି କରୋନା ଭୂତାଣୁ ସଂକ୍ରମିତ ହୋଇ ସାରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏହି କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଲକ ଡ଼ାଉନ ଘୋଷଣା କରାଯାଇଛି। ଏହା ସହିତ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା  ୧୦୩ରେ ପହଞ୍ଚି ସାରିଲାଣି।

ଚିନ୍ତାର ବିଷୟ ହେଲା ଅନ୍ୟ କୋଭିଡ଼-୧୯ ହସପିଟାଲରୁ ଭିମସାରକୁ କରୋନା ସନ୍ଦିଗ୍ଧ ରୋଗୀଙ୍କୁ ପ୍ରେରିତ କରାଯିବା। ଏପରିକି ସମସ୍ତ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ଖୋଲାଯାଇ ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୃଢ଼ୋକ୍ତି ପ୍ରକଟ କରାଯାଇଛି ଏବଂ ଏହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଭିମସାରର ଏହି ନୋଡ଼ାଲ ସେଣ୍ଟରକୁ କରୋନା ସନ୍ଦିଗ୍ଧ ରୋଗୀଙ୍କୁ ଗୋଟିଏ ପରେ ଗୋଟିଏ ପ୍ରେରିତ କରାଯିବା ସ୍ଥାନୀୟ ମହଲରେ ଆଲୋଚନାର ତଥା ଚିନ୍ତାର ପରିସର ଭୁକ୍ତ ହୋଇଛି। ଏପରି ୩ ଜଣ କରୋନା ସନ୍ଦିଗ୍ଧ ରୋଗୀଙ୍କୁ ରାଉରକେଲା କୋଭିଡ଼-୧୯ ହସ୍ପିଟାଲରୁ ବୁର୍ଲା ଭିମସାର କରୋନା ନୋଡ଼ାଲ ସେଣ୍ଟରକୁ ପ୍ରେରିତ କରି ଦିଆଯାଇଛି। ଏହି ୩ ଜଣ ମଧ୍ୟରୁ ଶନିବାର ରାତିରେ ଜଣେ କରୋନା ସନ୍ଦିଗ୍ଧ ଆସିଥିବା ବେଳେ ଶୁକ୍ରବାର ରାତିରେ ଜଣେ ଏବଂ ଯାହା ମଧ୍ୟରେ ଏହି ନଅମାସର ଶିଶୁ ମଧ୍ୟ ସାମିଲ ରହିଥିଲା ତାକୁ ଗତ ୨୩ ତାରିଖରେ ରାଉରକେଲା କୋଭିଡ଼୧୯ ହସପିଟାଲରେ ଭର୍ତ୍ତି କରା ନ ଯାଇ ଭିମସାରକୁ ପ୍ରେରିତ କରିଦିଆ ଯାଇଥିଲା।

- Advertisement -

ରାଉରକେଲାରେ ଯଦିବା କୋଭିଡ଼-୧୯ ହସ୍ପିଟାଲ ଖୋଲାଯାଇଛି ତା ହେଲେ ସେଠାରୁ ପୁଣି ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କୁ ଭିମସାରକୁ କାହିଁକି ପ୍ରରିତ କରାଯାଉଛି। ଏହା ଉପରେ ସମ୍ବଲପୁର ଜିଲାପାଳ ଶୁଭମ ସସ୍କେନା ଦୃଷ୍ଟିଦେବାରେ ଆବଶ୍ୟକତା ରହିଛି। ସେପଟେ ରାଉରକେଲାରୁ ଉକ୍ତ ପ୍ରେରିତ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ରିପୋର୍ଟ ମଧ୍ୟ ଉଲ୍ଲେଖ କରା ନ ଯାଇ ଭିମସାରକୁ ପ୍ରେରିତ କରାଯାଉଛି ଯାହାକି ରାଉରକେଲାର କୋଭିଡ଼-୧୯ ହସପିଟାଲରର ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ବର୍ତ୍ତମାନ ସୁଦ୍ଧା ସବୁଜ ଯୋନରେ ରହିଥିବା ଭିମସାର ପ୍ରତି ଏକ ଅକୁହା ବିପଦ ସଦୃଶ ହେଉଛି।  ତେବେ ଏହି କୃତ୍ରିମ ବିପଦ ବର୍ତ୍ତମାନ ସ୍ଥାନୀୟ ଡ଼ାକ୍ତର ତଥା ବୁଦ୍ଧିଜିବୀ ମହଲରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ।

 

 

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories