www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ରାଜ୍ୟରେ କେଉଁ ଦୋକାନ ଖୋଲା ରହିବ, କ’ଣ ଖୋଲିବ ନାହିଁ

ଭୁବନେଶ୍ଵର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଲକଡାଉନ କୋହଳ ସମ୍ପର୍କିତ ସଂଶୋଧିକ ଗାଇଡ୍ଲାଇନ ଜାରି କରାଯାଥିଲା। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କେଉଁ ଦୋକାନ ଖୋଲାଯାଇପାରିବ ଏବଂ କେଉଁ ଦୋକାନ ଖୋଲିପାରିବ ନାହିଁ ସେନେଇ ଗାଇଡଲାଇନରେ ଦର୍ଶାଯାଇଥିଲା ତେବେ ଓଡ଼ିଶାବାସୀଙ୍କ ପାଇଁ ଏହା ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଏହାପରେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି କୁହାଯାଇଛି । ଏହାସହସ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ କେଉଁ ଦୋକାନ ଖୋଲା ରହିବ ଓ ଖୋଲା ରହିବନାହିଁ ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

– କେଉଁ ଦୋକାନ ଖୋଲା ରହିବ ?
ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସହରାଞ୍ଚଳରେ ଗୋଟିକିଆ ଦୋକାନ ତଥା ଆବସିକ କଲୋନୀରେ ଥିବା ଦୋକାନ ଖୋଲା ଯାଇ ପାରିବ । ସହରାଞ୍ଚଳରେ ସାହି, ଗଳିରେ ଥିବା ଦୋକାନ ଖୋଲା ଯାଇପାରିବ
-କେଉଁ ଦୋକାନ ଖୋଲା ରହିବ ନାହିଁ ?
ମଲ୍ଟି ବ୍ରାଣ୍ଡ୍ କିମ୍ବା ସିଙ୍ଗଲ ବ୍ରାଣ୍ଡ୍ ମଲ୍ ଖୋଲା ଯାଇପାରିବନି । ସହରାଞ୍ଚଳରେ କୌଣସି ମାର୍କେଟ୍ କଂପ୍ଲେକ୍ସ ଏବଂ ସପିଙ୍ଗ ମଲ୍ ଖୋଲି ପାରିବ ନାହିଁ । ଗ୍ରାମାଞ୍ଚଳରେ ସୀମା ମଧ୍ୟରେ ଆସୁଥିବା କୌଣସି ସପିଙ୍ଗ ମଲ୍ଲ ବି ଖୋଲିବା ଲାଗି ଅନୁମତି ଦିଆଯାଇନାହିଁ ।
ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରିବାପାଇଁ କୁହାଯାଇଛି ସାମାଜିକ ଦୂରତା ନିୟମ ପାଳନ କରିବାସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

- Advertisement -

 

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories