www.samajalive.in
Monday, December 8, 2025
27.1 C
Bhubaneswar

ମଦ କାରଖାନା ଠାବ; ୧୭ଲକ୍ଷ ଟଙ୍କା, ଜେନେରେଟର ଓ କାର ଜବତ

ବେଗୁନିଆ/ବୋଲଗଡ଼: ଚୋରା ମଦ ବେପାରୀଙ୍କୁ ସୁହାଇଛି କରୋନା ଲକ୍ଡ଼ାଉନ । ଚୋରାରେ ମଦ କାରବାର କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଅସାଧୁ ଲୋକମାନେ । ଖୋର୍ଧା ଅବକାରୀ ବିଭାଗ ଓ ପୁଲିସ ସ୍ପତନ୍ତ୍ର ସ୍କ୍ବାର୍ଡ଼ ବେଗୁନିଆ ଅଞ୍ଚଳରେ ଏକ ଚୋରା ମଦ କାରଖାନା ଉପରେ ଚଢ଼ଇ କରି ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା, ଦେଢ଼ଶହ ଲିଟର ଦେଶୀ ମଦ, ଏକ କାର୍ ଓ ଦୁଇଟି ପ୍ୟାକିଂ ମେସିନ, ଜେନେରେଟର ଜବତ କରିଛନ୍ତି । ମଦ କାରଖାନାର ମୁଖ୍ୟ କାର୍ପଟଦାର ରଜନୀ ପାଇକରାୟ ଓରଫ ରାଜିଆ ଫେରାର ହୋଇ ଯାଇଛି । ତେବେ ପୁଲିସ ମିନତୀ ପାଇକରାୟ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ।

ବେଗୁନିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରସ୍ତୁତଦେଶୀ ମଦ ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ବ୍ରହ୍ମପୁର ଆଦି ସହରକୁ ଚାଲାଣ ହେଉଛି । ନିକଟରେ ରାଜଧାନୀରେ ପୁଲିସ ଚଢାଉ କରି ବହୁ ପରିମାଣର ନକଲି ମଦ ଜବତ କରିବା ପରେ ରାସୋଳରେ ପ୍ରସ୍ତୁତ ମଦ ସମ୍ପର୍କରେ ସୁରାକ ପାଇଥିଲା । ଦୀର୍ଘଦିନ ଧରି ରାଜିଆ ସ୍ଥାନୀୟ ପୁଲିସ ଓ ଅବକାରୀ କର୍ମଚାରୀଙ୍କୁ ହାତକରି ଏହି କାରବାର ଚଳାଇ ଆସୁଥିଲା । ସ୍ଥାନୀୟ ପୁଲିସ ପକ୍ଷରୁ ମଝିରେ ମଝିରେ ଲୋକ ଦେଖାଣିଆ ଭାବେ ଚଢାଉ କରାଯାଇ କେବଳ ସ୍ବଳ୍ପ ପରିମାଣର ମଦ ସହ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରୁଥିଲା।  ଏପରିକି ଖୁଚୁରା ବେପାରୀଙ୍କୁ ଗିରଫ କରି ଛାଡ଼ି ଦେଉଥିଲା ।
ମୁଖ୍ୟ ଅଭିଯୁକ୍ତ ଫେରାର ହେଲା କେମିତି ?
ଆଜିର ଚଢାଉରେ ଏତେ ପରିମାଣର ଟଙ୍କା ଓ ମଦ ଜବତ ହେବା ନେଇ  ସ୍ଥାନୀୟ ପୁଲିସକୁ ଲୋକେ ସନ୍ଦେହ କରିଛନ୍ତି। ଗାଁ ମଧ୍ୟଭାଗରେ ମଦ କାରଖାନା ଖୋଲିବା ନେଇ ଅତିଷ୍ଠ ଲୋକେ ପୁଲିସକୁ ଫୋନ କରିବାକୁ ଭୟ କରୁଥିଲେ । କାରଣ ପୁଲିସ ଚଢାଉ କରିବା ପୂର୍ବରୁ ରାଜିଆକୁ ଆଗୁଆ ସୂଚନା ଦେଉଥିଲା । ତେଣୁ ସେମାନେ ସୂଚନାପ୍ରଦାନକାରୀଙ୍କୁ ଧମକଚମକ ଦେଉଥିଲେ । ତେଣୁ ଆଜି ଚଢ଼ଉ ପୂର୍ବରୁ ମଧ୍ୟ ସେପରି ସୂଚନା ରାଜିଆକୁ ମିଳିଥାଇପାରେ ବୋଲି ଚର୍ଚା ହେଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories