www.samajalive.in
Sunday, December 7, 2025
15.1 C
Bhubaneswar

କରୋନାର ଅଦ୍ଭୁତ ପ୍ରଭାବ: ଚାଇନାର ୨ ଡାକ୍ତରଙ୍କ ଯକୃତ ନଷ୍ଟ ହେବା ପରେ ବଦଳିଲା ଚର୍ମର ରଙ୍ଗ

ବେଜିଂ : ଉହାନରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଦୁଇ ଜଣ ଡାକ୍ତର ୟି ଫ୍ୟାନ୍ ଏବଂ ହୁ ୱାଇଫାଙ୍ଗ ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ। କୋଭିଡ -୧୯ ଭାଇରସ କାରଣରୁ ହୁଏତ ଏହି ଡାକ୍ତରମାନଙ୍କର ଯକୃତ ଖରାପ ହୋଇ ଯାଇଛି ଏବଂ ସେମାନଙ୍କ ଚର୍ମରେ ଏକ ଅଦ୍ଭୁତପୂର୍ବକ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଯଦିଓ ଉଭୟ ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଏବେ ସ୍ଥିର ଅଛି, କିନ୍ତୁ ସେମାନଙ୍କ ଚର୍ମର ରଙ୍ଗ କଳା ପଡିଯାଇଛି। ସେମାନଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ହରମୋନରେ ପରିବର୍ତ୍ତନ ହେତୁ ସେମାନଙ୍କର ଚର୍ମ ରଙ୍ଗ କଳା ହୋଇଯାଇଛି।

- Advertisement -

ସୂଚନାଯୋଗ୍ୟ, ଡାକ୍ତର ଯିଏ ୱାଇଫାଙ୍ଗ କରୋନା ସଂକ୍ରମଣ ରିପୋର୍ଟକାରୀ ଦଳର ସଦସ୍ୟ ଥିଲେ। ଜାନୁଆରୀ ୧୮ରେ ଡାକ୍ତର ୟି ଫ୍ୟାନ୍ ଏବଂ ହୁ ୱାଇଫାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୟି ଫ୍ୟାନ୍ ଜଣେ ହୃଦରୋଗ ବିଶେଷଜ୍ଞ ଥିଲେ। ମାତ୍ର ୩୯ ଦିନରେ ସେ କରୋନାକୁ ପରାସ୍ତ କରିଛନ୍ତି।କରୋନା ସହ ଲଢିବା ପାଇଁ ଡାକ୍ତର ୟି ଫ୍ୟାନ୍ ମାନସିକ ପଦ୍ଧତି ଗ୍ରହଣ କରିବା ଆରମ୍ଭ କରିଛନ୍ତି। ନିଜର କାଉନସିଲିଂ କରିବା ପାଇଁ ସେ ଅନ୍ୟ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଡାକ୍ତର ୟି ସାଧାରଣ ୱାର୍ଡରେ ଅଛନ୍ତି।

ତେବେ ଡାକ୍ତର ହୁ ୱାଇଫାଙ୍ଗଙ୍କ ଅବସ୍ଥା ଏପର୍ଯ୍ୟନ୍ତ ଭଲ ନାହିଁ। ଡାକ୍ତର ହୁ ଜଣେ ୟୁରୋଲୋଜିଷ୍ଟ ଏବଂ ୯୯ ଦିନ ଧରି ଶଯ୍ୟାରେ ରହିଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଦୁଇ ଜଣ ଡାକ୍ତର ଗୋଟିଏ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ଆରମ୍ଭରେ ଦିଆଯାଇଥିବା ଔଷଧ ଯୋଗୁଁ ଦୁଇ ଡାକ୍ତରଙ୍କ ଚର୍ମ ରଙ୍ଗ କଳା ହୋଇଯାଇଛି ବୋଲି କୁହାଯାଉଛି। ଦୁଇ ଜଣ ଡାକ୍ତରଙ୍କ ଯକୃତ ଭଲ ହେବା ମାତ୍ରେ ଉଭୟଙ୍କ ଚର୍ମ ରଙ୍ଗ ମଧ୍ୟ ଭଲ ହୋଇଯିବ ବୋଲି ଡାକ୍ତରମାନେ ଆଶାବ୍ୟକ୍ତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories