ନୂଆଦିଲ୍ଲୀ: ଲକଡାଉନରେ ଲୋକଙ୍କ ଖର୍ଚ୍ଚ ସୀମିତ ହୋଇଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଲୋକମାନେ ଅନ୍ୟ କୌଣସି ଜିନିଷ ପାଇଁ ଖର୍ଚ୍ଚ କରୁନାହାଁନ୍ତି। ଏହି ପରିସ୍ଥିତିରେ ଅର୍ଥନୀତି ଉପରେ ବଡ ପ୍ରଭାବ ପଡିଛି। ବିମାନ ଚଳାଚଳ, ଖୁଚୁରା, ଅଟୋ ମୋବାଇଲ ସେକ୍ଟର, ପର୍ଯ୍ୟଟନ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକ ବଡ଼ ଧରଣର ପ୍ରଭାବିତ ହୋଇଛି। ବିଭିନ୍ନ କ୍ଷେତ୍ରର ଚାକିରି ହରାଇବାର ଚାପ ଏବଂ ଦରମା ହ୍ରାସ ହେବାର ଆଶଙ୍କା ମଧ୍ୟ ବଢୁଛି। ତେବେ ଏହି ସାମ୍ପ୍ରତିକ ଅଦୃଶ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆଜିଠାରୁ ଏହି ପାଞ୍ଚଟି ପଦକ୍ଷେପ ଆପଣାନ୍ତୁ।
ଖର୍ଚ୍ଚ କମ୍ କରନ୍ତୁ- ବିଶେଷଜ୍ଞଙ୍କ କହିବା ହେଲା, ଛଅ ମାସର ମାସିକ ଖର୍ଚ୍ଚ ପାଇଁ ଜରୁରୀକାଳୀନ ପାଣ୍ଠି ରଖିବା ଉଚିତ୍। ଯଦି ପୂର୍ବରୁ ଆପଣଙ୍କ ପାଖରେ ସଞ୍ଚିତ ଧନ ଅଛି, ତେବେ ଠିକ୍ ଅଛି। ଆଉ ଯଦି ନାହିଁ, ତେବେ ଏହା ହେଉଛି ସର୍ବୋତମ ସମୟ। ଏହି ସମୟରେ ଆପଣଙ୍କର କୌଣସି ଅଯଥା ଖର୍ଚ୍ଚ ନ ଥିବ। ରେଷ୍ଟୁରାଣ୍ଟରେ ଖାଇବା, ସପିଂ ଏବଂ ଭ୍ରମଣରେ ଖର୍ଚ୍ଚ କରିଥାନ୍ତେ, ସେହି ଅର୍ଥକୁ ଆପଣ ସଞ୍ଚୟ କରିପାରିବେ।
ଚାକିରି ହରାଇବା କିମ୍ବା ଦରମା କାଟ୍ ପାଇଁ ପ୍ରସ୍ତୁତ ରୁହନ୍ତୁ- ଲକଡାଉନ୍ ହେତୁ ଏକାଧିକ ସେକ୍ଟର ରାଜସ୍ୱ କ୍ଷତି ସହୁଛି। ଏହି କାରଣରୁ କର୍ମଚାରୀମାନେ ଚାକିରି ହରାଇବା, ଦରମା ହ୍ରାସ କିମ୍ବା ଦରମା ବିଳମ୍ବରେ ପାଇବା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣ ଏପିରି କୌଣସି ପରିସ୍ଥିତିର ସାମ୍ନା କରୁଛନ୍ତି, ତେବେ ଖର୍ଚ୍ଚକୁ ଯଥେଷ୍ଟ କମ୍ କରିବାକୁ ଚେଷ୍ଟା କରନ୍ତୁ। ଯୋଜନାବଦ୍ଧ ଭାବେ ଖର୍ଚ୍ଚ କରନ୍ତୁ ଏବଂ ଅନ୍ୟ ରୋଜଗାରର ସୁଯୋଗ ଖୋଜନ୍ତୁ।
କୋଭିଡ -୧୯ ମହାମାରୀର ପୁନରୁଦ୍ଧାର ପାଇଁ ଅର୍ଥନୀତି ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକୁ କେତେ ସମୟ ଲାଗିବ ତାହା ସଠିକ୍ ଭାବେ କେହି କହି ହେବ ନାହିଁ। କମ୍ପାନୀମାନେ ବେତନ ହ୍ରାସ କରିବା ଚୁକ୍ତିରେ କିମ୍ବା ଅଧିକ ଫ୍ରିଲାନ୍ସର୍ ନିଯୁକ୍ତି କରି ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରିବେ। ତେଣୁ ପାର୍ଟ ଟାଇମ୍ ଆସାଇନମେଣ୍ଟ ଗ୍ରହଣ କରି ବିକଳ୍ପ ଆୟର ଉତ୍ସ ସୃଷ୍ଟି କରିବାକୁ ଆପଣଙ୍କ ପାଇଁ ଏକ ସୁଯୋଗ ରହିବ। ତେଣୁ ଏହି ସୁଯୋଗଗୁଡିକ ସଠିକ୍ ଭାବେ ଉପଯୋଗ କରନ୍ତୁ।
ନୂତନ କୌଶଳ ଶିଖନ୍ତୁ- ଯେହେତୁ ଏହି ଲକଡାଉନ୍ ରେ ଆପଣଙ୍କ ହାତରେ ଅଧିକ ଖାଲି ସମୟ ରହିଛି, ଏଥିରେ ନିଜକୁ ଅପସ୍କିଲ୍ କରିବାକୁ ଚେଷ୍ଟା କରନ୍ତୁ। ଅନଲାଇନ୍ ପାଠ୍ୟକ୍ରମ ଖୋଜନ୍ତୁ, ଯାହା ଆପରଙ୍କ ରିଜ୍ୟୁମର ମୂଲ୍ୟକୁ ଦ୍ବିଗୁଣ କରିବ।
କୌଣସି ନୂତନ ଲୋନ୍ ନିଅନ୍ତୁ ନାହିଁ- ଆପଣଙ୍କ ବେତନରେ ଅସ୍ଥାୟୀ ହ୍ରାସ ଯୋଗୁଁ ଆପଣ ଲୋନ୍ ନେବାକୁ ପ୍ରଲୋଭିତ ହୋଇପାରନ୍ତି। କିନ୍ତୁ ଏହି ସମୟରେ କୌଣସି ନୂତନ ଦାୟିତ୍ବ ନେବାକୁ ପରାମର୍ଶ ଦିଆଯାଇନଥାଏ। ଯଦି ଆପଣ ପୂର୍ବରୁ ଲୋନ ନେଇଛନ୍ତି ଏବଂ ଇଏମ୍ଆଇ ଭରିବାକୁ ଅସମର୍ଥ, ତେବେ ଆପଣ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ମହଲତ ପାଇଁ ଚୟନ କରିପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଘର ଲୋନ୍ କିମ୍ବା କାର ଲୋନ୍ ପରିଶୋଧ ଉପରେ ମହଲତ ଚୟନ କରାଯିବା ଉଚିତ୍। କିନ୍ତୁ କ୍ରେଡିଟ କାର୍ଡ କିମ୍ବା ବ୍ୟକ୍ତିଗତ ଲୋନ ଉପରେ ନୁହେଁ, କାରଣ ଏହା ମହଙ୍ଗା ପଡିପାରେ।
SIP ଗୁଡିକର ସମୀକ୍ଷା କରନ୍ତୁ- ଲକ୍ଷ୍ୟ ହାସଲ ପୂର୍ବରୁ ତୁମର SIP ଭାଙ୍ଗିବା କଦାପି ପରାମର୍ଶଦାୟକ ନୁହେଁ। କହିବାର ଅର୍ଥ ଯେଉଁ ଲକ୍ଷ୍ୟରେ ତୁମେ ଅର୍ଥ ସଞ୍ଚୟ କରୁଛ, ତାହା ପୂରଣ ହେବା ପୂର୍ବରୁ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିବା ଉଚିତ୍ ନୁହେଁ। ଅର୍ଥନୀତିଜ୍ଞ ମତରେ ଯଦି ଆପଣ କିଛି ମାସ ପାଇଁ କିଛି ଅର୍ଥ ବିନିଯୋଗ କରିବାରେ ଅସମର୍ଥ, ତେବେ ଏହା ସମ୍ପୂର୍ଣ୍ଣ ଠିକ ଅଛି। କିନ୍ତୁ ତୁମର ଅନାବଶ୍ୟକ ଖର୍ଚ୍ଚ କାଟିବା ପରେ, ଯଦି ତୁମେ କିଛି ଟଙ୍କା ସଞ୍ଚୟ କରିଛ ତେବେ ସେଗୁଡିକୁ ତୁମର ଲକ୍ଷ୍ୟ ପାଇଁ ବିନିଯୋଗ କର।



