www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକାରେ ସ୍ୱାସ୍ଥ୍ୟ ସେବା ଗୁରୁତର

ସମାଜ ପୋର୍ଟାଲ ଡେସ୍କ: ଆମେରିକାରେ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ଲକ୍ଷ ୮୦ହଜାରରେ ପହଞ୍ଚିଥିବା ବେଳେ ଭୂତାଣୁରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୨ହଜାର ରହିଛି। ଆମେରିକାର ଜନ୍‍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ଏହି ତଥ୍ୟ ଦେଇଛି। ଆମେରିକାରେ ୭ଲକ୍ଷ ୮୪ହଜାର ୩୨୬ଜଣ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଓ ୪୨ହଜାର ୯୪ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ୭୨ହଜାର ୩୨୯ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବାର ଜଣାପଡିଛି। ତୁର୍କୀରେ କୋଭିଡ ନାଇଣ୍ଟିନ୍‍ ସଂକ୍ରମିତଙ୍କ ସଂଖ୍ୟା ୯୦ହଜାର ୯୮୦ ରହିଛି। ଗତ ୨୪ଘଣ୍ଟା ଭିତରେ ସେଠାରେ ଆଉ ୪ହଜାର ୬୭୪ଜଣ ନୂଆବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

ତୁର୍କିୀ ସ୍ୱାସ୍ଥ୍ୟମନ୍ତ୍ରୀ ଫାହରେଟିନ୍‍ କୋକା ଏହି ତଥ୍ୟ ଦେଇଛନ୍ତି। କରୋନା ଭୂତାଣୁରେ ତର୍କୀରୁ ୨ହଜାର ୧୪୦ଜଣ ମୃତ୍ୟୁବରଣ କରିଛନ୍ତି। ଗତ ୨୪ଘଣ୍ଟା ଭିତରେ ସେଠାରେ ୧୨୩ଜଣ ଲୋକ ମୃତ୍ୟୁବରଣ କରିଥିଲେ। ୧୩ହଜାର ୪୩୦ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବାବେଳେ ୧ହଜାର ୯୦୯ଜଣଙ୍କର ଆଇସିୟୁରେ ଚିକିତ୍ସା କରାଯାଉଛି। ବ୍ରାଜିଲରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୦ହଜାରକୁ ଅତିକ୍ରମ କରିଯାଇଛି। ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ୪୦ହଜାର ୫୮୧ଜଣ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨ହଜାର ୮୪୫ଜଣଙ୍କର ମୃତ୍ୟୁ ଘଟିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories