www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବଭଳି ବଳବତ୍ତର ରହିବ ଟ୍ବିନ୍‌ସିଟିରେ କଟକଣା: ମୁଖ୍ୟ ସଚିବ

ଭୁବନେଶ୍ୱର: କୋଭିଡ୍-୧୯ ତଥା କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଟ୍ବିନ୍‌ସିଟି(କଟକ-ଭୁବନେଶ୍ୱର)ରେ କଟକଣା ପୂର୍ବଭଳି ବଳବତ୍ତର ରହିବ। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ପରିସ୍ଥିତିର ପରବର୍ତ୍ତୀ ସମୀକ୍ଷା ହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ  କହିଛନ୍ତି।

ଏକ ଟ୍ବିଟ୍ ଜରିଆରେ ସେ କହିଛନ୍ତି ଯେ କୃଷିକାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି; କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

- Advertisement -

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଅପ୍ରିଲ୍‌ ୨୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ କଣକଣା କୋହଳ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନିଆଯାଇଛି। ତେବେ ଭୁବନେଶ୍ବର କୋଭିଡ୍‌-୧୯ ହଟ୍‌ସ୍ପଟ୍ ହୋଇଥିବାରୁ ଲକ୍‌ଡାଉନ୍‌ କଟକଣା ଭୁବନେଶ୍ବରରେ ପୂର୍ବଭଳି ବଳବତ୍ତର ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍ କରାଯାଇଛି। ଏହି ଟୁଇଟକୁ ରିଟୁଇଟ୍ କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏଥିସହ ସେ ନିଜେ ଟୁଇଟ୍ କରି କହିଛନ୍ତି ଯେ କଟକ-ଭୁବନେଶ୍ବରରେ ଲକ୍‌ଡାଉନ୍‌ କଟକଣା ପୂର୍ବଭଳି ଜାରି ରହିବ।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories