www.samajalive.in
Sunday, December 7, 2025
15.1 C
Bhubaneswar

ମନଇଛା ଫି‘ ବଢାଇପାରିବେନି ଘରୋଇ ସ୍କୁଲ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଆଭିମୁଖ୍ୟ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି। ଏବେ ସ୍କୁଲ କର୍ତ୍ତୃପକ୍ଷ ନିଜର ୱେବ୍‌ସାଇଟ୍‌ ଏବଂ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱାର୍କ ଦେବା ସହ ସେମାନଙ୍କ ଦ୍ବନ୍ଦ୍ବ ଦୂର କରୁଛନ୍ତି। ଅପ୍ରିଲ୍‌ ପ୍ରଥମ ସପ୍ତାହରୁ ପ୍ରତିବର୍ଷ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ କୋଭିଡ୍-୧୯ ସଂକ୍ରମଣ ବାଧକ ସାଜିଛି। ତେବେ ସ୍କୁଲକର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ରିଆଡ୍‌ମିସନ୍‌ ଓ ଅନ୍ୟାନ୍ୟ ଫି ବୃଦ୍ଧି କରି ତାହା ଅନ୍‌ଲାଇନ୍‌ରେ ପୈଠ କରିବାକୁ ଅଭିଭାବକଙ୍କୁ ସୂଚନା ଦେଇଛନ୍ତି। ଦେଶ କରୋନା ମହାମାରୀ ଭଳି ବିପତ୍ତି ଦେଇ ଗତି କରୁଥିବାବେଳେ ସ୍କୁଲକର୍ତ୍ତୃପକ୍ଷ ମନଇଛା ସ୍କୁଲ ଫି ବୃଦ୍ଧି କରିବା ନେଇ ଅଭିଯୋଗ ଆଣିଛନ୍ତି। ଲକ୍-ଡାଉନ୍ ସମୟରେ ଅଭିଭାବକମାନଙ୍କଠାରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ଘରୋଇ ସ୍କୁଲ ପାଇଁ କଡା ନିୟମ କରିଛନ୍ତି। ସେ ନିଜ ଟ୍ୱିଟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ, ଚୁକ୍ତିଭିତ୍ତିକ ବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବା ଘରୋଇ ସ୍କୁଲର ଦାୟିତ୍ୱ। ଏହି ନିର୍ଦେଶ ସବୁ ଘରୋଇ ସ୍କୁଲରେ ଲାଗୁ ହେବ। ମନୀଷ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦେଶ ଦେଇ କହିଛନ୍ତି ଦିଲ୍ଲୀର ଘରୋଇ ସ୍କୁଲଗୁଡିକ ସରକାରଙ୍କୁ ନପଚାରି ଫି ବୃଦ୍ଧି କରିପାରିବେ ନାହିଁ । ଏହା ବ୍ୟତିତ ସେମାନେ ପିଲାମାନଙ୍କଠାରୁ ଏକତ୍ର ୩ ମାସର ଫି ନେବେ ନାହିଁ । କେବଳ ଗୋଟିଏ ମାସର ଟ୍ୟୁସନ ଫି ବ୍ୟତିତ ସେମାନେ ଅନ୍ୟ କୌଣସି ଫି ଗ୍ରହଣ କରିବେ ନାହିଁ । ଯଦି ଛାତ୍ରଛାତ୍ରୀ ଫି ନ ଦିଅନ୍ତି, ତେବେ ସେମାନଙ୍କୁ ଅନଲାଇନ୍ କ୍ଲାସ୍ ନେବାକୁ ବାରଣ କରାଯିବ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories