ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମସ୍ତ ପ୍ରବାସୀ ଶ୍ରମିକ ଓ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା,ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ
କହିଛନ୍ତି। ଶ୍ରୀ ଗୌବା ଜିଲ୍ଲାପାଳମାନଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ
ଶାସନ ସଚିବମାନଙ୍କୁ କହିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଦାରଖ ଏବଂ ସମନ୍ୱୟ ରଖ୍ୟା ସକାଶେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତିଟି
ଶିବିର ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱାଧୀନ ରହିବ ବୋଲି ଶ୍ରୀ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମଗୁଡ଼ିକରେ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ମୁନିସିପାଲ କମିଶନର
ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଶ୍ରମିକମାନଙ୍କୁ ମନସ୍ତାତ୍ତ୍ୱିକ ସାମାଜିକ ଉପଦେଶ ପ୍ରଦାନ ପାଇଁ ମଧ୍ୟ ଶ୍ରୀ ଗୌବା କହିଛନ୍ତି।
ପ୍ରବାସୀ ଶ୍ରମିକ ଓ ଅଟକି ରହିଥିବା ଲୋକଙ୍କ ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କର : ରାଜୀବ ଗୌବା
Popular Categories



