www.samajalive.in
Monday, December 8, 2025
27.1 C
Bhubaneswar

ସାମାଜିକ ଦୁରତ୍ବ ରଖି କାର୍ଯ୍ୟ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର : କରୋନା ଆତଙ୍କକୁ ନେଇ ରାଜ୍ୟରେ ଲକ୍ ଡାଉନ ଜାରି ରହିଥିବା ବେଳେ କିଛି କ୍ଷେତ୍ର ପାଇଁ ଏହି କଟକଣା କୋହଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଆସୁଥିବା ବିଭିନ୍ନ କାର୍ଯ୍ୟକୁ କଟକଣାମୁକ୍ତ କରାଯାଇଥିବାରୁ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି। ଭିଡିଓ କନଫରନେସିଂ ଜରିଆରେ ମନ୍ତ୍ରୀ ଶ୍ରୀ ଆରୁଖ ଅଧିକାରୀମାନଙ୍କ ସହ ବିଭାଗର କାର୍ୟ୍ୟକମ ନେଇ ସମୀକ୍ଷା କରିବା ସହ କରୋନା ସଂକ୍ରାନ୍ତରେ ସତର୍କ ରହିବାକୁ କହିଥିଲେ। ଖରାଦିନେ ଜଙ୍ଗଲରେ ନିଆଁର ପ୍ରତିରୋଧ, ଚିଡିଆଖାନାରେ ଜୀବଜନ୍ତୁଙ୍କ ଯତ୍ନ, ବନ୍ୟପ୍ରାଣୀ ସୁରକ୍ଷା, କେନ୍ଦୁପତ୍ର ତୋଳିବା ସହ ନର୍ସରୀ କାର୍ଯ୍ୟକ୍ରମ ସଂକ୍ରାନ୍ତାରେ ଆଲୋଚନା କରି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଶ୍ରୀ ଆରୁଖ କହିଥିଲେ। ଗତବର୍ଷଠାରୁ ଚଳିତ ବର୍ଷ ୩ ଗୁଣା ଚାରା ଲଗାଇବାକୁ ଯୋଜନା କରାଯାଇଥିବା ବେଳେ ଚାରା ଉତ୍ପାଦନ ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳିତ ବର୍ଷ ୧୬ କୋଟି ୧୩ ଲକ୍ଷ ଚାରା ଲଗାଇବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ଏପ୍ରିଲ ୩ ତାରିଖ ସୁଦ୍ଧା ୯କୋଟି ୨୯ ଲକ୍ଷ ଉତ୍ପାଦିତ ହୋଇଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories