www.samajalive.in
Monday, December 8, 2025
17.1 C
Bhubaneswar

ସରକାରୀ କାର୍ଯ୍ୟାଳୟ ମେ ୩ ଯାଏ ବନ୍ଦ

ନୂଆଦିଲ୍ଲୀ (ବ୍ୟୁରୋ) ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ମଧ୍ୟ ଏହି ସମୟରେ ବନ୍ଦ ରଖାଯିବ । ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାର ଓ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ନିର୍ଦେଶ ପ୍ରଦାନ କରାଯାଇଛି ।
ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ, ସମସ୍ତ ସ୍ବୟଂକ୍ରିୟ ସଂସ୍ଥା, କର୍ପୋରେସନ ଆଦି କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି । ତେବେ ଏଥିରୁ ପୁଲିସ, ଗୃହରକ୍ଷୀ, ସିଭିଲ୍ ଡ଼ିଫେନ୍ସ, ଅଗ୍ନିଶମ, ଜରୁରୀକାଳୀନ ସଂସ୍ଥା, ବିପର୍ଯ୍ୟୟ ପ୍ରଶମନ, ଜିଲା ପ୍ରଶାସନ, ଟ୍ରେଜେରୀ, ବିଦ୍ୟୁତ୍, ପାନୀୟ ଜଳ, ପରିମଳ, ପୌର ସଂସ୍ଥାରେ କାର୍ଯ୍ୟ କରୁଥିବା ଅତ୍ୟାବଶ୍ୟକୀୟ ସେବା କର୍ମଚାରୀଙ୍କୁ ବାଦ ଦିଆଯାଇଛି ।
ଏହି ସବୁ କାର୍ଯ୍ୟାଳୟରେ ସର୍ବନିମ୍ନ କର୍ମଚାରୀ କାର୍ଯ୍ୟ କରିବେ ଓ ଅବଶିଷ୍ଟ କର୍ମଚାରୀମାନେ ଘରେ କାମ କରିବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ସମସ୍ତ ଡ଼ାକ୍ତରଖାନା ଓ କରୋନା ମୁକାବିଲାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ତାଙ୍କର କାର୍ଯ୍ୟ ଅବ୍ୟାହତ ରଖିବେ ।
ସେହିପରି ବ୍ୟାଙ୍କ କ୍ଷେତ୍ରରେ କିଛି କାର୍ଯ୍ୟଳୟ ପୂର୍ଣ୍ଣ କାର୍ଯ୍ୟ କରିବ ଓ ଅବଶିଷ୍ଟଗୁଡ଼ିକ ବନ୍ଦ ରହିବ । ଏଟିଏମ୍ ଖୋଲା ରହିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories