www.samajalive.in
Thursday, December 11, 2025
26.1 C
Bhubaneswar

କରୋନା ସଙ୍କଟ ଦୂର ନ ହେବା ପର୍ଯ୍ୟନ୍ତ ଜାରି ରହିବ ‘ଫିଡ୍‍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ନିଜ ଘରେ ରହିବା, ମୁହଁରେ ମାସ୍କ ଲଗାଇବା ଏବଂ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମଗ୍ର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ହଜାର ହଜାର କାର୍ଯ୍ୟକର୍ତା ନିଜ ଘରେ ମାସ୍କ ତିଆରି କରି ନିଜେ ବ୍ୟବହାର କରିବା ସହ ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ସାମାଜିକ ଦୂରତ୍ୱକୁ ବଜାୟ ରଖି ‘ଫିଡ୍‍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୧୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତା ପକ୍ଷରୁ ବର୍ତମାନ ସୁଦ୍ଧା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ ଟି ବିଧାନସଭା କ୍ଷେତ୍ର, ୩୬ଟି  ସାଙ୍ଗଠନିକ ଜିଲ୍ଲା, ୪୦୦ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ମାସ୍କ, ଔଷଧ,ସାନିଟାଇଜର ଆଦି ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚାଯାଇଛି ।

ଏହା ସହ ଖାଦ୍ୟ ଅଭାବରୁ କାହାକୁ ଭୋକିଲା ନରଖିବା, ଘରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପ୍ରତି ଯତ୍ନବାନ ହେବା, ଘରେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଣ୍ଟନ କରିବା, ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍‍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ପାଇଁ ଅନୁରୋଧ କରିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠି ହୋଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍‍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

- Advertisement -

 

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories