www.samajalive.in
Wednesday, December 10, 2025
15.1 C
Bhubaneswar

ଭାରତ ପାଖରେ ହାତ ପାତିଲେ ପାକିସ୍ତାନ-ମାଲେସିଆ

ଭୁବନେଶ୍ବର (ବ୍ୟୁରୋ) ସାରା ପୃଥିବୀରେ ଏବେ ଭାରତର ଜୟଜୟକାର । ମହାଶକ୍ତି ଆମେରିକାଠାରୁ ବ୍ରାଜିଲ, ଫ୍ରାନ୍ସ ସହ ଲାଟିନ ଆମେରିକୀୟ ଦେଶ ସମସ୍ତେ ଭାରତଠାରୁ ଲୋଡ଼ିଛନ୍ତି ସହଯୋଗ । କେବଳ ସେତିକି ନୁହେଁ, କାଶ୍ମୀରରେ ୩୭୦ ଧାରା ହଟିବା ପରେ ଭାରତକୁ ଆନ୍ତର୍ଜାତିକସ୍ତରରେ ବଦନାମ କରିବାକୁ ଅହର୍ନିଶି ଲାଗି ପଡ଼ିଥିବା ପାକିସ୍ତାନ ଓ ତା’ର ଦୁଇ ବନ୍ଧୁ ରାଷ୍ଟ୍ର ତୁର୍କୀ ଓ ମାଲେସିଆ ମଧ୍ୟ ଭାରତ ଆଗରେ ପାତିଛନ୍ତି ହାତ । ଆଉ ତାହା ହେଉଛି କରୋନା ଲଢ଼େଇର ସବୁଠାରୁ ପ୍ରଭାବଶାଳୀ କୁହାଯାଉଥିବା ବ୍ରହ୍ମାସ୍ତ୍ର ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ।

କରୋନା ଲଢ଼େଇରେ ହାଇଡ଼୍ରୋକ୍ସି କ୍ଲୋରୋକ୍ବିନ୍କୁ କୁହାଯାଉଛି ଗେମ୍ ଚେଞ୍ଜର
ସାରା ବିଶ୍ବରେ ଭାରତରେ ଏହି ଔଷଧ ଉତ୍ପାଦନ ପରିମାଣ ସର୍ବାଧିକ
ଭାରତକୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ ବି ମାଗୁଛନ୍ତି ସହାୟତା
ଭାରତରେ ମାସକୁ ୩୫ କୋଟି ୨୦୦ ଏମ.ଜି. ଟାବଲେଟ ଉତ୍ପାଦନ ସମ୍ଭବ

- Advertisement -

ଏହି ସ୍ଥିତିରେ ବିଶ୍ବର ଏକ ଡ଼ଜନରୁ ଊର୍ଧ୍ବ ବନ୍ଧୁ ରାଷ୍ଟ୍ରଙ୍କୁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ପଠାଇବା ପାଇଁ ଭାରତ ସମ୍ମତି ଦେଇଛି । ନିଜ ଆବଶ୍ୟକତା ଭରଣା ପରେ ଏହି ଔଷଧ ପଠାଯିବାକୁ କୁହାଯାଇଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ନିମନ୍ତେ ବ୍ରାଜିଲ, ଆମେରିକା, ଆଫଗାନିସ୍ତାନ, ମାଲଡ଼େଭିସ, ଇଂଲଣ୍ଡ, ସ୍ପେନ, ଇଟାଲୀ, ରୁଷ, ୟୁଏଇ, ଜୋର୍ଡ଼ାନ, ଉଗାଣ୍ଡା, କୁଏତ ପରି କିଛି ଦେଶକୁ ଏହି ଔଷଧ ରପ୍ତାନୀ କରିଛି ଭାରତ ।

ମାତ୍ର ଆମେରିକା ଓ ମାଲେସିଆ ହାଇଡ଼୍ରୋକ୍ସିକ୍ଲେରୋକ୍ବିନ ନିମନ୍ତେ ଭାରତର ସହାୟତା ଲୋଡ଼ିବା କିଛିଟା ଖଟକା ଲାଗୁଛି । କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସହ କେଇମାସ ତଳେ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଉଥିବା ଓ ପରମାଣୁ ଅସ୍ତ୍ର ପ୍ରୟୋଗ ଚେତାବନୀ ଦେଉଥିବା ପାକିସ୍ତାନ ରାଷ୍ଟ୍ରପତି ସହାୟତା ପାଇଁ ଭାରତକୁ ଅନୁରୋଧ କରିଛି । ଏହି ଦେଶରେ କରୋନା ସଂକ୍ରମିତଙ୍କ ୬୦୦୦ ଅତିକ୍ରମ କରିଥିବା ବେଳେ ୧୧୦ ଅତିକ୍ରମ କଲାଣି ମୃତ୍ୟୁ ସଂଖ୍ୟା । ପାକିସ୍ତାନରେ ଗୋଟିଏ ପଟେ ସଂକ୍ରମିତଙ୍କ ଓ ମୃତକଙ୍କ ସଂଖ୍ୟା ବଢି ଚାଲି ଥିବା ବେଳେ ପଞ୍ଜାବ ପ୍ରାନ୍ତରେ ଏହା ଭୟାବହ ହେବାରେ ଲାଗିଛି। ପଞ୍ଜାବରେ ସଂକ୍ରମିତଙ୍କ ସଂଖ୍ୟା ୨୯୪୫କୁ ବୃଦ୍ଧି ଘଟିଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ସିନ୍ଧ ପ୍ରାନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୬୮ରହିଛି। ଏହି ମହାମାରୀରେ ଏଠାରେ ୪୧ ଜଣଙ୍କ ପ୍ରାଣହାନୀ ଘଟିଛି। ତେଣୁ ଭାରତ ବ୍ୟତୀତ ଅନ୍ୟ କେହି ଏ କ୍ଷେତ୍ରରେ ପାକିସ୍ତାନକୁ ସହାୟତା କରିପାରିବେ ନାହିଁ ବୋଲି ଇମ୍ରାନ ପ୍ରଶାସନ ହୃଦବୋଧ କରିଛି ।

କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିଥିଲା ମାଲେସିଆ

ଅନୁରୂପ ଭାବରେ ମାଲେସିଆ ମଧ୍ୟ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଭାରତ ବିରୋଧରେ ଯାଇ ପାକିସ୍ତାନକୁ ସମର୍ଥନ କରିଥିଲା । ଏଥିପାଇଁ ସେ ଦେଶରୁ ପାମ୍ ତେଲ ଆମଦାନୀ ଭାରତ ବନ୍ଦ କରିଦେଇଥିଲା । କେବଳ ସେତିକି ନୁହେଁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋସ୍ସାହିତ କରୁଥିବା ଜାକିର ନାୟକକୁ ପ୍ରତ୍ୟର୍ପଣ କରିବାକୁ ଭାରତର ପ୍ରସ୍ତାବକୁ ମାଲେସିଆ ଖାରଜ କରି ଦେଇଥିଲା । ଏହା ସତ୍ତ୍ବେ ସେଠାରେ ସୃଷ୍ଟି ହୋଇଥିବା କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ମାଲେସିଆକୁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ରପ୍ତାନି କରିଛି । ତେବେ ଏହା ବଦଳରେ ଏନ୍୯୫ ମାସ୍କ, ପପିଇ, ଭେଣ୍ଟଲେଟର୍ସ ପ୍ରଦାନ କରିବାକୁ ଭାରତ ମାଲେସିଆକୁ ପ୍ରସ୍ତାବ ଦେଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories