www.samajalive.in
Monday, December 8, 2025
27.1 C
Bhubaneswar

କରୋନାକୁ ହରାଇଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ

ଇଂଲଣ୍ଡ: ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାରୁ ଭଲ ହୋଇ ଡ଼ାକ୍ତରଖାନାରୁ ଫେରିଛନ୍ତି । ତେବେ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡ଼ାକ୍ତରମାନେ ବାରଣ କରିଛନ୍ତି ।
କିଛି ସପ୍ତାହ ତଳେ ଜନସନ୍ କରୋନା ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତି ହୋଇଥିଲେ । ୭ ଦିନ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋାଇ ପଡ଼ିଥିଲା ଏବଂ ତାଙ୍କୁ ଆଇୟୁସିରେ ରଖା ଯାଇଥିଲା। ୩ ଦିନ ଆଇସିୟୁରେ ରହିବା ପରେ ସେ ସୁସ୍ଥ ଅନୁଭବ କରିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଡ଼ାକ୍ତରଖାନାରୁ ବାହାରିବା ପରେ ଡ଼ାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ​‌େ​‌ସ କହିଛନ୍ତି ମୋ ଜୀବନ ସେମାନଙ୍କର (ସ୍ବାସ୍ଥ୍ୟ କର୍ମଚାରୀ)ଙ୍କ ଦାନ ଓ ସେମାନଙ୍କୁ ମୋର ଜୀବନ ଅର୍ପଣ କରୁଛି । ୫୫ ବର୍ଷୀଞ ଜନସନ୍ ଦୁଇ ସପ୍ତାହ ପୂର୍ବେ ଅସୁସ୍ଥ ଅନୁଭବ କରିଥିଲେ ଓ ତାଙ୍କୁ ଡ଼ାକ୍ତଖାନାରେ ଭର୍ତି କରାଯିବା ପରେ ସେ କରୋନା ପୀଡ଼ିତ ହୋଇଥିବା ଜଣା ପଡ଼ିଥିଲା। ଏହି ସମୟରେ ସେ ଘରୁ ଥାଇ କାର୍ଯ୍ୟ କରୁଥିଲେ । ମାତ୍ର ପରେ ତାଙ୍କୁ ଅପ୍ରେଲ ୫ ତାରିଖରେ ସେଣ୍ଟ ଥମାସ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା ଓ ଶେଷରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ମଧ୍ୟରେ ରଖିବାକୁ ପଡ଼ିଥିଲା। ଏହି ସମୟରେ ଜନସନ୍ ବିଦେଶ ସଚିବ ଡ଼ୋମିନିକ୍ ରବଙ୍କୁ ଦେଶର କରୋନା ସଂକ୍ରାନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories