www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ହସିବ ଭାରତ… ପୁଣି ଜିତିବ ଭାରତ

ଆଜି ଅର୍ଥାତ ଏପ୍ରିଲ ୭ରେ ସାରା ଦୁନିଆ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ବିରୋଧୀ ଯୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ମୋଦୀ ନିବେଦନ କରିଛନ୍ତି। ଏହା ବ୍ୟତୀତ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଚଳଚ୍ଚିତ୍ର ଜଗତର ଅଭିନେତା ଓ ଅଭିନେତ୍ରୀମାନେ ନଜର ଆସିଛନ୍ତି। ଭିଡିଓ ସହିତ ମୋଦୀ ବାର୍ତ୍ତା ଦେଇ ଲେଖିଛନ୍ତି, ପୁଣି ହସିବ ଭାରତ…ପୁଣି ଜିତିବ ଭାରତ।

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଆମେମାନେ କେବଳ ପରସ୍ପରର ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରାର୍ଥନା ନ କରିବ ସେହି ସବୁ ଡାକ୍ତର, ନର୍ସ, ଚିକିତ୍ସା କର୍ମଚାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବା, ଯେଉଁମାନେ ବାହାଦୁରି ଦେଖାଇ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନେତୃତ୍ଵ ନେଇଛନ୍ତି।

- Advertisement -

ମୋଦୀ ଆହୁରି କହିଛନ୍ତି, ଆଜିର ଦିନ ଲୋକମାନଙ୍କୁ ଫିଟ୍‌ନେସ ଉପରେ ଧ୍ୟାନ ଦେବା ଲାଗି ପ୍ରେରିତ କରିବ। ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଆସନ୍ତୁ ଆମେ ଏହା ବି ସୁନିଶ୍ଚିତ କରିବା ଯେ ଆମେ ସାମାଜିକ ଦୂରତାର ନିୟମକୁ ପାଳନ କରିବା, ଯାହା ଆମ ଜୀବନ ସହିତ ଅନ୍ୟର ଜୀବନ ରକ୍ଷା କରିବ। ଆଶା କରୁଛି ଆଜିର ଦିନ ଆମକୁ ବର୍ଷବ୍ୟାପୀ ଫିଟ୍‌ନେସ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପ୍ରେରଣା ଯୋଗାଇବ।

ଟ୍ବିଟ୍‌ ସହିତ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଜଗତ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ଭିଡିଓକୁ ବି ଶେୟାର କରିଛନ୍ତି। ଏହି ଭିଡିଓରେ ଚଳଚ୍ଚିତ୍ର ଜଗତର ଅଭିନେତାଅଭିନେତ୍ରୀଙ୍କ ସମେତ କ୍ରିକେଟର ଶିଖର ଧାୱନଙ୍କୁ ବି ଦେଖିବାକୁ ମିଳିଛି। କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଏକଜୁଟ ହେବା ଲାଗି ଏବଂ ଘର ଭିତରେ ରହିବା ଲାଗି ଏହି ଭିଡିଓରେ ବାର୍ତ୍ତା ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories