www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତରେ ୪୪୨୧ କରୋନା ଆକ୍ରାନ୍ତ, ୧୧୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ଦେଶରେ ଲକ୍‌ଡାଉନ ସତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୂହ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି। ତେବେ କେତେକ ହଟସ୍ପଟ୍‌ ଅଞ୍ଚଳରେ ସମୂହ ସଂକ୍ରମଣ ଆରମ୍ଭ ହୋଇଥିବା ଏମ୍‌ସର ବିଶେଷଜ୍ଞ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ୪୪୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ୩୯୮୧ଜଣ ଚିକିତ୍ସାଧୀନ ଅଛନ୍ତି। ୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଇଣ୍ଡିଆ କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ ଦେଶ​‌ରେ ବର୍ତ୍ତମାନ ସୁଦ୍ଧା ୪୮୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ୱେବସାଇଟ୍‌ ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ତାମିଲନାଡୁ (୬୨୧), ଦିଲ୍ଲୀ(୫୨୫), ତେଲେଙ୍ଗାନା (୩୬୪), କେରଳ(୩୪୭), ରାଜସ୍ଥାନ(୩୨୫), ଉତ୍ତରପ୍ରଦେଶ(୩୦୫), ଆନ୍ଧ୍ରପ୍ରଦେଶ(୩୦୩) ଏବଂ ମଧ୍ୟପ୍ରଦେଶ(୨୫୬)। ସେହିପରି ଗୁଜରାଟରେ ୧୬୫, କର୍ଣ୍ଣାଟକରେ ୧୬୩, ହରିୟାଣାରେ ୧୧୦, ଜାମ୍ମୁ-କାଶ୍ମୀରରେ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories