www.samajalive.in
Thursday, December 11, 2025
26.1 C
Bhubaneswar

କରୋନା ଯୁଦ୍ଧ : ଦିଲ୍ଲୀ ସରକାରଙ୍କୁ ପୁଣିଥରେ ୫୦ ଲକ୍ଷ ଦାନ କଲେ ଗମ୍ଭୀର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପୁଣିଥରେ ଦିଲ୍ଲୀ ସରକାରଙ୍କୁ କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ୫୦ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ଏନେଇ ଗମ୍ଭୀର ନିଜେ ସୂଚନା ଦେଇଛନ୍ତି। ଗମ୍ଭୀର ଏକ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ସମ୍ବନ୍ଧୀୟ ଜିନିଷ କିଣିବା ପାଇଁ ଅର୍ଥର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଁ ପୁଣି ଥରେ ଏହି ଅର୍ଥ ଦାନ କରୁଛି।

ଗୌତମ ଗମ୍ଭୀର କହିଛନ୍ତି, ‘ମୁଁ ଦୁଇ ସପ୍ତାହ ପୂର୍ବରୁ ୫୦ଲକ୍ଷ ଟଙ୍କା ସାହାଯ୍ୟ କରିସାରିଛି ଏବଂ ମୋର ସାଂସଦ ପାଣ୍ଠିରୁ ଆଉ ୫୦ ଲକ୍ଷ ଟଙ୍କା ସାହାଯ୍ୟ କରିବାକୁ ଚାହୁଁଛି। ମୁଁ ଆଶା କରୁଛି ଏହି ଅର୍ଥ କରୋନା ଯୁଦ୍ଧରେ ଚିକିତ୍ସା ସାମଗ୍ରୀ କିଣିବାରେ ବ୍ୟବହୃତ ହେବ। ଏହିଭଳି ସଙ୍କଟ ସମୟରେ ଦିଲ୍ଲୀର ନାଗରିକମାନଙ୍କୁ ସାହାଯ୍ୟ କରିବା ଆମର ସବୁଠାରୁ ବଡ କର୍ତ୍ତବ୍ୟ।

- Advertisement -

ଉଲ୍ଲେଖ ଯୋଗ୍ୟ, ପୂର୍ବ ଦିଲ୍ଲୀର ସାଂସଦ ଗମ୍ଭୀର ଏହା ପୂର୍ବରୁ ତାଙ୍କର ଦୁଇ ବର୍ଷର ଦରମାକୁ ପିଏମ୍ କେୟାର ଫଣ୍ଡକୁ ଦାନ କରିସାରିଛନ୍ତି। ଏହା ବ୍ୟତୀତ ତାଙ୍କର ଗୌତମ ଗମ୍ଭୀର ଫାଉଣ୍ଡେସନ ମଧ୍ୟ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛି। ଏପର୍ଯ୍ୟନ୍ତ ଦିଲ୍ଲୀରେ ୫୦୦ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି।

୫୮ଟି ଟେଷ୍ଟ ମ୍ୟାଚ୍ ଏବଂ ୧୪୭ଟି ଦିନିକିଆ ଖେଳିଥିବା ଗମ୍ଭୀରଙ୍କର ୨୦୦୭ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଟିମ ଇଣ୍ଡିଆକୁ ଜିତାଇବାରେ ପ୍ରମୁଖ ଭୂମିକା ରହିଥିଲା। ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚରେ ସେ ୧୨୨ ବଲ ଖେଳି ୯୭ ରନ ସ୍କୋର କରିଥିଲେ।

ସେହିଭଳି ଗମ୍ଭୀର ୫୮ଟି ଟେଷ୍ଟ ଏବଂ ୧୪୭ଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟରେ ୪୧୫୪ରନ୍ ଏବଂ ଦିନିକିଆରେ ୫୨୩୮ ରନ୍ କରିଛନ୍ତି। ସେ ୩୭ ଟି -୨୦ ଆନ୍ତର୍ଜାତୀୟ ଖେଳିଥିଲେ ଯେଉଁଥିରେ ସେ ହାରାହାରି ୨୭.୪୧ରେ ୯୨୩ ରନ୍ ସ୍କୋର କରିଥିଲେ | ସେ ଦିନିକିଆରେ ୧୧ଟି ଶତକ କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories