www.samajalive.in
Monday, December 8, 2025
27.1 C
Bhubaneswar

ତବଲିଗୀ ଜମାତ ସଂଯୋଗ – ଉତ୍ତରପ୍ରଦେଶରେ ୧୩୦୨ ଚିହ୍ନିତ

ଲକ୍ଷ୍ନୌ: ନିଜାମୁଦ୍ଦିନ ତବଲିଗୀ ଜମାତ ସଂଯୋଗରେ ଥିବା ୧୩୦୨ ଜଣଙ୍କୁ ଉତ୍ତରପ୍ରଦେଶରେ ଚିହ୍ନଟ କରାଯାଇଛି। ଆଉ ଯେଉଁମାନେ ତବଲିଗୀ ଜମାତରୁ ଫେରିଥିଲେ ସେମାନଙ୍କୁ ଠାବ ପାଇଁ ଉଦ୍ୟମ ଚାଲିଛି ବୋଲି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅଶ୍ବିନୀ ଅବସ୍ତି। ତାଙ୍କ ସୂଚନା ଅନୁସାରେ ତବଲିଗୀ ଜମାତର ୩୦୭ ଜଣ ମିରଟରୁ ଠାବ ହୋଇଛନ୍ତି। ସେହିପରି ବାରଣାସୀରୁ ୨୪୨, ଗୋରଖପୁରରୁ ୨୩୦, ବରେଲୀରୁ ୧୪୮, ଆଗ୍ରାରୁ ୧୧୫, ଲକ୍ଷ୍ନୌରୁ ୮୩, ପ୍ରୟାଗରାଜରୁ ୫୧, କାନପୁରରୁ ୩୩, ଲକ୍ଷ୍ନୌ କମିଶନ୍ରୀରୁ ୨୩ ଏବଂ ଗୌତମବୁଦ୍ଧ ନଗରରୁ ୭୦ ଜଣଙ୍କୁ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରୁ ୧ହଜାର ଲୋକଙ୍କୁ ସଂଗରୋଧ ଆବାସକୁ ପଠାଯାଇଛି। ଏହାବ୍ୟତୀତ ରାଜ୍ୟରେ ଠାବ ହୋଇଥିବା ୩୦୬ ବିଦେଶୀଙ୍କ ବିରୋଧରେ ଏଫ୍ଏ (ଫରେନର୍ସ ଆକ୍ଟ), ଏପିଡ଼େମିକ୍ସ ଆକ୍ଟ ଓ ଡ଼ିଜାଷ୍ଟର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories