www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ ଠାକରେଙ୍କ ବିବାଦୀୟ ବୟାନ: ଚିକିତ୍ସା ନୁହେଁ, ଗୁଳି ଲୋଡ଼ା

ମୁମ୍ବାଇ: ତବଲିଗୀ ଜମାତ ଘଟଣାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକରେଙ୍କ ବୟାନକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଛି ଆଲୋଡ଼ନ। ତବଲିଗୀ ଜମାତ୍ ଫେରନ୍ତାଙ୍କୁ ଚିକିତ୍ସା ନୁହେଁ, ସିଧା ଗୁଳିମାରିବାକୁ ସେ ଆହ୍ବାନ ଦେଇଛନ୍ତି। ସେ ଶନିବାର ଦିନ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବଲିଗୀ ଜମାତ କାର୍ଯ୍ୟକ୍ରମର ପ୍ରତିନିଧୀ ତଥା ଆୟୋଜକଙ୍କୁ ନିନ୍ଦା କରି କହିଛନ୍ତି ଯେ ସେମାନଙ୍କୁ ଚିକିତ୍ସା କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଦିଲ୍ଲୀରେ ଘଟିଥିବା ମାର୍କାଜ ପ୍ରସଙ୍ଗ ଅତ୍ୟନ୍ତ ଉଦବେଗଜନକ ଅଟେ। ସେମାନଙ୍କୁ କାହିଁକି ଚିକିତ୍ସା କରାଯିବ ବୋଲି ଠାକରେ ପ୍ରଶ୍ନ କରିବା ସହ ସେମାନଙ୍କୁ ଗୁଳି କରାଯିବା ଉଚିତ ବୋଲି କହିଥିଲେ। ଆମ ଦେଶ ଏତେ ବଡ ସଙ୍କଟ ଦେଇ ଗତି କରୁଥିବା ବେଳେ ସେମାନେ ଧର୍ମ ଆଳରେ ଦେଶକୁ ନଷ୍ଟ କରିବାରେ ଲାଗିଛନ୍ତି।

ସେ କହିଛନ୍ତି, ଯଦି ଦେଶ ବିରୁଦ୍ଧରେ କିଛି ଷଡଯନ୍ତ୍ର ଚାଲିଛି, ତେବେ ସେହି ଉପାଦାନଗୁଡ଼ିକୁ ଅଲଗା କରିଦିଆଯିବା ଉଚିତ। ଠାକରେ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ଫତୱା ଜାରି କରନ୍ତି ସେହି ମୌଲବୀମାନେ ନିର୍ବାଚନ ସମୟରେ କାହାକୁ ଭୋଟ ଦିଆଯିବ ଉପଦେଶ ଦିଅନ୍ତି ସେମାନେ ଏବେ ଚୁପ କାହିଁକି? ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସରକାର କିମ୍ବା କୌଣସି ଦଳ ଲକ ଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ କେହି କହିବେ ନାହିଁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories