www.samajalive.in
Tuesday, December 9, 2025
16.1 C
Bhubaneswar

ଦରମା ନେବେ ନାହିଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସମୂହ

ହାଇଦ୍ରାବାଦ : କରୋନା ପରିସ୍ଥିତି ଯୋଗୁଁ ବିଭିନ୍ନ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତି ଗୁରୁତର । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଦରମାର କିଛି ଅଂଶ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା, ଉତ୍ତରପ୍ରଦେଶ ସରକାର ଏଥିନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଜଗନ୍ ସରକାର ମଧ୍ୟ କରୋନାଜନିତ ଆର୍ଥିକ ସ୍ଥିତିର ମୁକାବିଲା ନିମନ୍ତେ ଗ୍ରହଣ କରିଛନ୍ତି ପଦକ୍ଷେପ। ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ସମୂହ, ବିଧାୟକ, ବିଭିନ୍ନ ନିଗମର ସଦସ୍ୟ ଓ ଅଧ୍ୟକ୍ଷ, ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧି ବର୍ତ୍ତମାନ ପରିସ୍ଥିତିରେ ଦରମା ନେବେ ନାହିଁ। ପରବର୍ତ୍ତୀକାଳରେ ଏହି ଦରମା ପ୍ରଦାନ କରାଯିବ ବୋଲି କୁହାଯାଇଛି।
ସେହିପରି ସର୍ବଭାରତୀୟ ସେବା ଅଧିକାରୀ (ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍)ମାନଙ୍କ ଦରମାର ୬୦ % ଓ ରାଜ୍ୟର ଅନ୍ୟ ବର୍ଗର କର୍ମଚାରୀଙ୍କ ଦରମା ୫୦% ବକେୟା ରଖାଯିବାକୁ ନିଷ୍ପତ୍ତି ହୋଇଛି । କେବଳ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ମାତ୍ର ୧୦% ବକେୟା ରହିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories