ଭୁବନେଶ୍ୱର: ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ, ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହିରାକୁଦ କ୍ଲଷ୍ଟର ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ କଂପାନି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ କୋଭିଡ୍-୧୯ର ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଆତ୍ମଯତ୍ନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜଣାଇବା ଲାଗି କଂପାନି ପକ୍ଷରୁ କର୍ମଚାରୀମାନଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଥିବା ବେଳେ ସେହି ସମୟରେ ଏହି କ୍ଲଷ୍ଟର ପ୍ରତିଟି ୟୁନିଟର ଉତ୍ସର୍ଗୀକୃତ ମେଡିକାଲ୍ ଟିମ୍ ହିରାକୁଦ, ଏଫ୍ଆରପି ଓ ଲପଙ୍ଗାରେ ଆଦିତ୍ୟ ଆଲୁମିନିୟମରେ ନିୟୋଜିତ ହୋଇଥିବା ଲୋକମାନଙ୍କ ଯତ୍ନର ତଦାରଖ କରୁଛନ୍ତି।
ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ହିଣ୍ଡାଲକୋ ର କ୍ଲଷ୍ଟର୍ ମୁଖ୍ୟ ଶ୍ରୀଯୁକ୍ତ ରାଜେଶ ଗୁପ୍ତା କହିଛନ୍ତି ଯେ, “କାରଖାନା ଭୀତରେ ଏବଂ ବାହାରେ ଏବଂ ହିରାକୁଦ ଓ ଲପଙ୍ଗାରେ ଥିବା ଟାଉନ୍ସିପ୍ ରେ ମଧ୍ୟ ଭାରତ ସରକାର ଏବଂ ରାଜ୍ୟ ସରକାର ଜାରି କରିଥିବା ନିୟମ ଏବଂ ମାର୍ଗଦର୍ଶିକାକୁ ଦୃଢ଼ ଭାବେ ପାଳନ କରାଯାଉଛ। କୌଣସି ପରିସ୍ଥିତିରେ ଲୋକଙ୍କୁ ଏକତ୍ରୀତ ହେବାର ଅନୁମତି ଦିଆଯାଉନାହିଁ ଏବଂ ଟାଉନ୍ସିପ୍ ରେ ଲୋକମାନଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖାଯାଇଛି। କଂପାନି ଏହା ମଧ୍ୟ ନିଶ୍ଚିତ କରିଛି ଯେ ଟାଉନ୍ସିପ୍ ରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିଛି ଏବଂ ଔଷଧ ଇତ୍ୟାଦି ଭଳି ନିତିଦିନିଆ ସାମଗ୍ରୀ କିଣିବା ବେଳେ ପରସ୍ପର ଠାରୁ ଦୁଇ ମିଟରର ଦୂରତା ବଜାୟ ରଖିବା ଲାଗି ଅଧିବାସୀମାନଙ୍କୁ ପରାମର୍ଶ ଦିଆଯାଇଛି।’
ସେ ଆହୁରି କହିଛନ୍ତି ଯେ, “ହିରାକୁଦରେ ଆମେ ବ୍ଲିଚିଂ ପାଉଡର ପକାଇବା ସହିତ ବଜାର ଅଂଚଳକୁ ସଂକ୍ରମଣମୁକ୍ତ କରିଥିବା ବେଳେ ଲୋକମାନଙ୍କ ଭିତରେ ସୁରକ୍ଷିତ ଦୂରତା ବଜାୟ ରଖିବା ଲାଗି ବୃତାକାର ରେଖା ଟଣାଯାଇଛି। କୋଭିଡ୍-୧୯ର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନକୁ ତିନିଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।
ଆଦିତ୍ୟ ଆଲୁମିନିୟମ୍ ଲପଙ୍ଗା ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଶ୍ରୀଯୁକ୍ତ ଗୁପ୍ତା କହିଛନ୍ତି ଯେ, “ଆଶା ଓ ଏଏନ୍ଏମ୍ କର୍ମୀଙ୍କ ସହ ମିଶି ଆମର ସିଏସ୍ଆର୍ ଟିମ୍ ଲୋକଙ୍କ ଘରେ ଘରେ ପହଂଚି ସେମାନଙ୍କୁ କୋଭିଡ୍-୧୯ର ବ୍ୟାପିବା ଉତ୍ସ, ଲକ୍ଷଣ, ପ୍ରତିଷେଧକ ଏବଂ ଚୂଡ଼ାନ୍ତ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଲାଇଡା ସିଏଚ୍ସି ସମନ୍ୱୟରେ ଡେବରା, ନାରୁପଡ଼ା, ବଡ଼ପଡ଼ା, ନାଏକପଡ଼ା, ଧୋରପାଣି ଏବଂ ଦୁର୍ଗମ ଗ୍ରାମଗୁଡ଼ିକରେ କୋଭିଡ୍-୧୦ ସଂକ୍ରାନ୍ତ ୩୫ ସଂଖ୍ୟକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଆଇଇସି ଉପକରଣ ବଂଟନ କରାଯାଇଛି। କ୍ଷୁଦ୍ର ଗୁରୁତ୍ୱ ଦଳ ଆଲୋଚନା ଆୟୋଜନ, ଏସଏଚଜି ସଦସ୍ୟ ଓ ଭିଡିସି ସଦସ୍ୟଙ୍କ ସହିତ ମିଶି ଘରେ ଘରେ ବୁଲି ଏହି ଅଭିଯାନରେ ୨୫୦୦ରୁ ଅଧିକ ଲୋକଙ୍କ ପାଖରେ ପହଂଚାଯାଉଛି। ଏବେ କରୋନା ଭୂତାଣୁ ବ୍ୟାପିଥିବାରୁ ଖାଡ଼ିପାଲି ଗ୍ରାମରେ ମାସ୍କ ବିକଶିତ କରିବା ଲାଗି ସେମାନଙ୍କୁ ଏବେ ସହାୟତା ପ୍ରଦାନ କରୁଛୁ ଏବଂ ପ୍ରାୟ ୩୫୦୦ ମାସ୍କ ପ୍ରସ୍ତୁତ କରାଯାଇଛି ଏବଂ ବ୍ୟବହାର ଲାଗି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
କେବଳ ଟାଉନ୍ସିପ୍ ରେ ଥିବା ଆମର କର୍ମଚାରୀ ଏବଂ ଲୋକମାନଙ୍କ ସୁରକ୍ଷା ନୁହେଁ ବରଂ ଆଖପାଖ ଗ୍ରାମର ଲୋକ ଏବଂ ସମାଜର ସୁରକ୍ଷା ପାଇଁ ଆମେ ନିଷ୍ଠାର ସହିତ ନିୟମିତ ଉଦ୍ୟମ କରୁଛୁ, କାରଣ ସେମାନଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ କୋଭିଡ୍-୧୯ର ମିଳିତ ମୁକାବିଲା ଲାଗି ଆମେ ଏଭଳି କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀ ଗୁପ୍ତା କହିଛନ୍ତି।



