www.samajalive.in
Tuesday, December 9, 2025
16.1 C
Bhubaneswar

ଲକ ଡାଉନ ସମୟରେ ବ୍ୟାପକ ଚୋରା ମଦ ବିକ୍ରି

ବଳଙ୍ଗା : କରୋନା ସତର୍କତା ଦୃଷ୍ଟିରୁ ପୁଲିସ ଲକ ଡାଉନକୁ କଡାକଡି କରିଛି। ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଛି। ପୁଲିସ ଭୟରେ ବଳଙ୍ଗା ବଜାର ଓ ହାଟରେ ଗହଳି କମି ଯାଇଥିବାବେଳେ ସନ୍ଧ୍ୟାରେ ଗ୍ରାମାଞ୍ଚଳ ଛକ, ବିଦ୍ୟାଳୟ ବାରଣ୍ଡା, ରାସ୍ତା ପାର୍ଶ୍ବ ବ୍ରିଜ କାନ୍ଥ, ପ୍ରଭୃତି ସ୍ଥାନରେ ଜମିଜାଉଛି ମଦ୍ୟପ ମାନଙ୍କର ଆସର। ଦେଖିଲେ ମନେହୁଏ ଲକଡାଉନକୁ ରାତ୍ରରେ ମାନିବା ବାଧ୍ୟ ବାଧକତା ନାହିଁ। ପ୍ରତ୍ୟେକ ମଦ ନିର୍ଧାରିତ ମୁଲ୍ୟ ଠାରୁ ଏକଶହରୁ ଚାରିଶହ ଟଙ୍କା ପର୍ଯ୍ୟନ୍ତ ଅଧିକ ମୁଲ୍ୟରେ ବିକ୍ରି ହେଉଥିବା ଜଣାପଡିଛି। ଗ୍ରାହାକ ମାନେ ଟଙ୍କାକୁ ଖାତର ନ କରି ମଦପାଇଁ ବିଭିନ୍ନ ସ୍ଥାନକୁ ଗୋଟିଏ ବାଇକରେ ଦୁଇ ରୁ ତିନି ଜଣ ବସି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବୁଲୁଥିବା ଦେଖାଯାଉଛି। ଲକ ଡାଉନ ମଦଦୋକାନ ବନ୍ଦ ଥିଲା ବେଳେ ଏତେ ପରିମାଣର ମଦ କିପରି ଓ କେଉଁଠାରୁ ଆସୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଦ୍ୟପ ଓ ବାଇକ୍ ଚଳାଚଳ ଯୋଗୁଁ ଗ୍ରାମବାସୀ ମାନେ ଅସୋନ୍ତଷ ବ୍ୟକ୍ତ କରୁଛନ୍ତି। ବଳଙ୍ଗା ଥାନା ଅଧୀନସ୍ଥ ୧୭ ଟି ପଞ୍ଚାୟତର ପ୍ରାୟ ୩୦ଟି ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବା ଅନୁସନ୍ଧାନରୁ ଜଣାପଡିଛି। ସୁଯୋଗକୁ ହାତଛଡା ନକରି ଅନେକ ବ୍ୟକ୍ତି ଏହି ବ୍ୟବସାୟରେ ଲିପ୍ତ ହୋଇଛନ୍ତି। ଅବକାରୀ ତଥା ପୁଲିସ ଲୋକଦେଖାଣିଆ ଚଢ଼ାଉ କରି ନିଜର କର୍ତ୍ତବ୍ୟ ଦାଇତ୍ୱ ଶେଷ କରୁଥିବା ପରି ମନେ ହେଉଛି। ପୁରୀ ଜିଲାପାଳ ଚଢ଼ାଉକୁ ଜୋରଦାର କରିବା ସହିତ ଦୃଢ଼ ପଦକ୍ଷେପ ଗ୍ରହଣ ନିମନ୍ତେ ଥାନା ଅଧିନସ୍ଥ ଅନେକ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories