www.samajalive.in
Monday, December 8, 2025
20.1 C
Bhubaneswar

କରୋନାକୁ ହରାଇବା ପାଇଁ ରୋନାଲଡୋଙ୍କ ବଡ଼ ପଦକ୍ଷେପ : ଦାନ କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ : ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କ ମ୍ୟାନେଜର ଜର୍ଜ ମେଣ୍ଡିସ୍ କରୋନା ଭାଇରସକୁ ହରାଇବା ପାଇଁ ତାଙ୍କ ନିଜ ସହରରେ ଥିବା ମେଡ଼ିରା ସ୍ୱାସ୍ଥ୍ୟ ବିଭାଗକୁ ପାଞ୍ଚଟି ଭେଣ୍ଟିଲେଟର ଦାନ କରିବେ। ଏନେଇ ଶନିବାର ଲୁସା ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି।
ଏହି ପାଞ୍ଚଟି ଭେଣ୍ଟିଲେଟର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ମୋଟ ୯୯ଟି ଭେଣ୍ଟିଲେଟର ଉପଲବ୍ଧ ରହିବା ପର୍ତ୍ତୁଗାଲର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସରେ  ସମୁଦାୟ ଦେଶରେ ପ୍ରାୟ ୧୦୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଏହା ପୂର୍ବରୁ ଆର୍ଜେଣ୍ଟିନା ତାରକା ଫୁଟବଲର୍ ଲିଓନେଲ ମେସି କରୋନା ଭାଇରସ୍ ସହିତ ଲଢିବା ପାଇଁ ବାର୍ସିଲୋନାରେ ଥିବା ଏକ ଡାକ୍ତରଖାନାକୁ ଏକ କୋଟି ୟୁରୋ ଅର୍ଥାତ୍ ୮ କୋଟି ଟଙ୍କା ଦାନ କରିଥିଲେ।
ମେସିଙ୍କ ପୂର୍ବରୁ ବାର୍ସିଲୋନା ମ୍ୟାନେଜର ପେପ୍ ଗୁ ଆର୍ଡିଓଲା ମଧ୍ୟ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ କିଣିବା ପାଇଁ ବାର୍ସିଲୋନା ସ୍ଥିତ ଏକ ଏନଜିଓକୁ ଏକ ମିଲିୟନ୍ ୟୁରୋ ଦାନ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories