www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ଥଗିତ ରହିଲା ‘ନିଟ୍‌’, ‘ଜେଇଇ-ମେନ୍‌’

ନୂଆଦିଲ୍ଲୀ : ଦେଶ ତମାମ୍‌ ୨୧ ଦିନିଆ ଲକ୍‌-ଡାଉନ୍‌ ଘୋଷଣା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଡାକ୍ତରୀ ସ୍ନାତକ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ ଓ ଇଞ୍ଜିନିୟରିଂ ସ୍ନାତକ ପ୍ରବେଶିକା ପରୀକ୍ଷା ‘ଜେଇଇ-ମେନ୍‌’କୁ ସ୍ଥଗିତ ରଖିଛନ୍ତି। ଏହାକୁ ମଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି; ତେବେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ପରବର୍ତ୍ତି ସମୟରେ ସାନି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ମାନବସମ୍ବଳ ବିଭାଗ ମନ୍ତ୍ରୀ ରମେଶ ପୋଖରିୱାଲ ‘ନିଶାଙ୍କ’ କହିଛନ୍ତି।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ନିଟ୍‌ ମଇ ୩ରେ ଓ ଜେଇଇ -ମେନ୍‌ଏପ୍ରିଲ ୫ରେ ହେବାର ଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଦୂର ସ୍ଥାନକୁ ଯିବାର ଥିବାରୁ ପ୍ରତିଶେଧକ ବ୍ୟବସ୍ଥା ସ୍ବରୂପ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ପଞ୍ଜୀକରଣ ପାଇଁ ଓଜେଇଇ ୱେବସାଇଟ୍‌ ଖୋଲା

- Advertisement -

ଭୁବନେଶ୍ବର, ୨୭ା୩ (ନି.ପ୍ର): ଓଡ଼ିଶାରେ ଲକ୍‌ ଡାଉନ୍ ଯୋଗୁଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପଞ୍ଜୀକରଣ କରିପାରି ନାହାନ୍ତି ଛାତ୍ରଛାତ୍ରୀ। କିନ୍ତୁ ଲକଡାଉନ୍ ସମୟରେ ପଞ୍ଜୀକରଣ ପାଇଁ ଓଜେଇଇ ୱେବସାଇଟ୍ (www.ojee.nic.in/www.odishajee.com)ଖୋଲା ରହିବ। ଛାତ୍ରଛାତ୍ରୀ ଚାହିଁଲେ ୱେବସାଇଟକୁ ଯାଇ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ମାର୍କେଟକୁ ଆସି ପଞ୍ଜୀକରଣ କରି ପାରିନାହାନ୍ତି। ଆସନ୍ତା ଏପ୍ରିଲ ୧୫ ତାରିଖ ମଧ୍ୟରେ ପଞ୍ଜୀକରଣ କରିବା ସମ୍ଭାବନା ନାହିଁ; କିନ୍ତୁ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ସୁବିଧା ରହିଛି ସେମାନେ ଚାହିଁଲେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ୱେବସାଇଟକୁ ଖୋଲା ରଖାଯାଇଛି। ପରିସ୍ଥିତିରେ ସୁଧୁରିବା ପରେ ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଗୋଟିଏ ସପ୍ତାହ ସମୟ ଦିଆଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories