www.samajalive.in
Tuesday, December 9, 2025
17.1 C
Bhubaneswar

ବଦଳିଛି ​ଦୈନନ୍ଦିନ ଜୀବନଶୈଳୀ : ରୋଷେଇ କରୁଛନ୍ତି କପିଲଦେବ

ଭାରତୀୟ କ୍ରିକେଟ ଟିମ୍‍ର ପୂର୍ବତନ ଅଧିନାୟକ କପିଲ ଦେବ ତାଲାବନ୍ଦ ପରିସ୍ଥିତିରେ ଦେଶବାସୀଙ୍କୁ ନିଜନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି। କପିଲଙ୍କ କହିବା ଅନୁସାରେ ମହାମାରୀ ବ୍ୟାପିଥିବା ବେଳେ ନିଜନିଜ ଘରେ ରହିବା ସମଗ୍ର ମାନବ ଜାତି ପାଇଁ ଜୀବନ ରେଖା ପାଲଟି ଯାଇଛି। ନିଜ ଘର ଭିତରେ ପରିବାରକୁ ନେଇ ନିଜର ଏକ ଛୋଟ ପୃଥିବୀ ରହିଛି। ମନୋରଞ୍ଜନ ପାଇଁ ବହି, ଟିଭି, ସଙ୍ଗୀତ ଆଦି ବିଭିନ୍ନ ସାଧନ ରହିଛି। ପରିବାର ସହ ମିଶି ଗପସପ ହେବା ପାଇଁ ଏହି ସମୟ ସବୁଠାରୁ ଭଲ ସୁଯୋଗ ନେଇଆସିଛି ବୋଲି ସେ କହିଛନ୍ତି। କପିଲ ନିଜେ ଘରେ ରହିବା ଅବସରରେ ଘର, ବଗିଚା ସଫାସଫି କରୁଥିବା ସହ ରୋଷେଇ କରୁଥିବାର ଜଣାଇଛନ୍ତି। ଘରୋଇ ସହାୟକମାନଙ୍କୁ ସେ ଛୁଟି ଦେଇଥିବାରୁ ନିଜେ ରୋଷେଇ କାମରେ ଲାଗିଯାଉଛନ୍ତି। ତାଙ୍କର ଛୋଟ ବଗିଚା ଏବେ ତାଙ୍କ ପାଇଁ ଗଲ୍‍ଫ କୋର୍ସ ପାଲଟି ଯାଇଛି। ଏହି ସଙ୍କଟମୟ ମୁହୂର୍ତ୍ତ ଲୋକମାନଙ୍କୁ ଅଧିକ ଦାୟିତ୍ୱବୋଧ ଶିଖାଇବ ବୋଲି ଆଶା କରିଛନ୍ତି କପିଲ। ସେ କହିଛନ୍ତି, ଏବେ ସ୍ୱଚ୍ଛତା ପ୍ରତି ସମସ୍ତେ ଆଗ୍ରହୀ ହେବା ସହ ହାତ ଧୋଇବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା, ପରିସ୍ରା କରିବା ଆଦି କାର୍ଯ୍ୟରୁ ବିରତ ରହିବା ନିଶ୍ଚୟ ଶିଖିଯିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories