www.samajalive.in
Monday, December 8, 2025
27.1 C
Bhubaneswar

ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବ୍ୟାପୁଥିବାର ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ। ଟ୍ବିଟ୍‌ କରି ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ବିଶ୍ଵ ମହାମାରୀ କରୋନା ଭୂତାଣୁର ବଢୁଥିବା ପ୍ରକୋପ ବିଷୟରେ ମୁଁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଶବାସୀଙ୍କ ସହିତ ବାଣ୍ଟିବି। ଆଜି ମାର୍ଚ୍ଚ ୨୪ ରାତି ୮ଟାରେ ସମ୍ବୋଧିତ କରିବି।

ସୂଚନାଯୋଗ୍ୟ, ପୂର୍ବରୁ ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ସମୟରେ ମୋଦୀ କରୋନା ଭୂତାଣୁଠାରୁ ସତର୍କ ରହିବା ଏବଂ ଏହା ବିରୋଧରେ ଲଢ଼େଇ କରିବାରେ ଜନତାଙ୍କ ସହଯୋଗ ଲୋଡ଼ିଥିଲେ। ମାର୍ଚ୍ଚ ୨୨​‌ରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏହା ପରେ ଗତ ରବିବାର ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories