www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ !

ଭୋପାଳ: ମଧ୍ୟପ୍ରଦେଶରେ ଗତ ୧ ମାସ ଧରି ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ସୋମବାର ଘଟିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାତି ୭ଟାରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଶିବରାଜ  ସିଂହ ଚୌହ୍ବାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ହାଇକମାଣ୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶବିରାଜଙ୍କ ନାମକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି।

ଗତ ୨୦ ତାରିଖରେ କଂଗ୍ରେସର କମଲନାଥ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ବିଜେପିର ଶିବରାଜ ସିଂହ ଚୌହ୍ବାନ ଏହି ପଦବୀ ପାଇଁ ସବୁଠୁ ଅଧିକ ଦାବିଦାର ଥିଲେ। ଅନ୍ୟ ଦାବିଦାରଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତେମାର, ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ନାମ ବି ରହିଥିଲା। ଶିବରାଜ ୨୦୦୫ରୁ ୨୦୧୮ ପର୍ଯ୍ୟନ୍ତ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ଅବସରରେ ସେ ୩ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥର ସେ ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଶପଥ ଗ୍ରହଣ କଲେ, ରାଜ୍ୟ ଇତିହାସରେ ପ୍ରଥମ ଥର ଲାଗି କୌଣସି ନେତା ୪ର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ। ଶିବରାଜଙ୍କ ବ୍ୟତୀତ ଅର୍ଜୁନ ସିଂହ ଏବଂ ଶ୍ୟାମାଚରଣ ଶୁକ୍ଳା ୩ ଥର ଲେଖାଏ ମୁଖ୍ୟମନ୍ତ୍ରୀ ରହିଛନ୍ତି।

- Advertisement -

ବିଜେପି ସୂତ୍ର ଅନୁସାରେ, କମଲନାଥ ସରକାର ଭାଙ୍ଗିବା ପରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ଏଥିରେ ପ୍ରହଲ୍ଲାଦ ପଟେଲ ଏବଂ ଥାବର ଚନ୍ଦ ଗେହଲଟଙ୍କ ନାମ ଉପରେ ବି ଚର୍ଚ୍ଚା ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories