www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲିଠାରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ବସ୍ ଚଳାଚଳ

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବନ୍ଦ ରହିବ ବସ୍ ସେବା। ଆସନ୍ତାକାଲି ସକାଳ ୧୧ଟା ଠାରୁ ଘରୋଇ ବସ୍ ସେବା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ସୋମବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ରାଜ୍ୟ ସରକାର କରୋନା ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ବସ୍ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତକାଲି ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆନ୍ତଃରାଜ୍ୟ ବସ୍ ଚଳାଚଳ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories