www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ପାସ୍ ବିନା ରାଜଧାନୀରେ ଗଡ଼ିବନି ଗାଡ଼ି : ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ବର : କମିସନରେଟ ପୁଲିସର ପାସ ବିନା ଭୁବନେଶ୍ବରରେ ଗଡ଼ିପାରିବନି କୌଣସି ଗାଡ଼ି । ଲକ୍ ଡାଉନ ସମୟରେ ଗାଡି ଚଳାଚଳ ଉପରେ କଟକଣା ଲଗାଇଛନ୍ତି କମିସନରେଟ ପୁଲିସ । ସୋମବାର ଲକ ଡାଉନ ସମୟରେ ଘରୋଇ ଗାଡି ଚଳାଚଳ ଉପରେ କଟକଣା ଲଗାଇବାସହ ଗାଡି ଚଳାଇବା ପାଇଁ ଥାନାରୁ ପାସ ଆଣିବାକୁ ବାଧ୍ୟତା ମୂଳକ ଥିବା ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିସନର କହିଛନ୍ତି ଯେ, କରୋନା ଭୂତାଣୁ ର ମୁକାବିଲା ପାଇଁ ରାଜ୍ୟସରକାର ଘୋଷଣା କରିଥିବା ଲକ ଡାଉନ ସମୟରେ  ଯାତାୟତ କରୁଥିବା ସମସ୍ତ ଲୋକଙ୍କୁ  ପାସ ଆବଶ୍ୟକ।   

ତେବେ ସଚିବାଳୟର ଜରୁରୀକାଳିନ ବିଭାଗର କର୍ମଚାରୀଙ୍କୁ ଗୃହବିଭାଗ ପାସ୍‌ ଇସ୍ୟୁ କରୁଥିବା ବେଳେ ହସ୍ପିଟାଲ୍‌ କର୍ମଚାରୀଙ୍କୁ ସ୍ଥାନୀୟ ଆଇଆଇସି ପାସ ଦେବେ।  ଗଣମାଧ୍ୟମ କର୍ମଚାରୀ ମଧ୍ୟ ଆଇଆଇସିଙ୍କଠାରୁ ପାସ୍ ଆଣିବେ । ପାସ ନ ଥିବା ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ। ଆଇଟି କମ୍ପାନିମାନଙ୍କୁ କର୍ମଚାରୀ କମାଇବାକୁ କୁହାଯିବା ସହିତ ଅତ୍ୟାବଶ୍ୟକସ୍ଥଳରେ ସ୍ଥାନୀୟ ଆଇଆଇସିଙ୍କ ଠାରୁ ପାସ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

ଲକ-ଡଉନ୍ ସମୟରେ ଲାଗୁ ହୋଇଥିବା ନିୟମକୁ  କିଛି ଲୋକ ସହଯୋଗ କରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ପାସ ଆଣିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

 

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories